ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର ) ସଢେଇଗଡ ଗାଁରେ ଫୁଟିଲା ବୋମା ଜଣେ ମୃତ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ସଢେଇଗଡ ଗାଁରେ । ବିଳମ୍ୱିତ ରାତିରେ ଏକ ବାଇକ୍ ରେ ବୋମା ନେଇ ଡେଲିଭରି ଦେବାକୁ ଯାଉଥିବା ବାଇକ୍ ଭାରସାମ୍ୟ ହରାଇ ପଡ଼ି ଯାଇଥିବା ବେଳେ ବୋମା ବିସ୍ପୋରଣ ହୋଇଛି । ବିସ୍ଫୋରଣ ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ୍ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ପଛରେ ଅନ୍ୟ ଏକ ବାଇକ୍ ରେ ଆସୁଥିବା ଆଊ ଜଣେ ଯୁବକଙ୍କ ଆଖି ରେ ହୋଇଛି ଗଭୀର ଆଘାତ । ତେବେ ମୃତ ଯୁବକ ଜଣକ ବ୍ରଜମୋହନ ପୁର ଗ୍ରାମର ନିରାକାର ସିଂହ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ ହସ୍ପିଟାଲ୍ ଭର୍ତ୍ତି ହୋଇଥିବା ଜଣା ପଡ଼ିଛି। ଆହତ ଯୁବକ ଜଣକ ବଣ୍ଟି ଅରିସଲ ବୋଲି ଜଣା ପଡ଼ିଛି । ଏ ପର୍ଯ୍ୟନ୍ତ ତୃତୀୟ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାକୁ ନେଇ ଗ୍ରାମବାସୀ ମୁହଁ ଖୋଲିବାକୁ ନାରାଜ ହେଉଛନ୍ତି । ସଦର ଥାନା ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ କ୍ଷତିଗ୍ରସ୍ତ ବାଇକ୍ ଟିକୁ ଜବତ କରି ମୃତ ଦେହକୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ ରେ ଭର୍ତ୍ତି କରିଛନ୍ତି । ବୋମା ବିସ୍ଫୋରଣ ର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ବେଆଇନ୍ ବୋମା ତିଆରିକୁ ନେଇ ଚର୍ଚ୍ଚାରେ ରହିଥିବା ସଢେଇଗଡ ଗାଁ ଶୁଣିବାକୁ ମିଳିଛି ।
ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।