ମେରୁ ଯାତ୍ରାରେ ପଣା ବଣ୍ଟନ କଲେ ଯୁବଗୋଷ୍ଠୀ 

ବେଗୁନିଆପଡ଼ା,(ଆମ ଓଡିଶା ଖବର): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଷଣ୍ଢମୂଳ ମେରୁ ପଡିଆ ଠାରେ ଆଜି ମେରୁ ଯାତ୍ରା ଉପଲକ୍ଷେ ଷଣ୍ଢମୂଳ ପଂଚାୟତର ଯୁବଗୋଷ୍ଠି ପକ୍ଷରୁ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମେରୁ ପଡିଆରେ ପ୍ରବଳ ଗ୍ରୀଷ୍ମପ୍ରବାହ କୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ଯୁବଗୋଷ୍ଠୀ । ଏଥିରେ ସୁଶାନ୍ତ କିଶୋର ସ୍ବାଇଁ, ହିମାଂଶୁ ଭୂଷଣ ସ୍ବାଇଁ, ରବିନ୍ଦ୍ର ସ୍ବାଇଁ, ହରପ୍ରସାଦ ସ୍ବାଇଁ, ଜୟ ପାତ୍ର, ନିରଞ୍ଜନ ସ୍ବାଇଁ, ଦିଲ୍ଲିପ କୁମାର ସ୍ବାଇଁ, ସଞ୍ଜୟ ସ୍ବାଇଁ, ନିମାଇ ସ୍ବାଇଁ ,ସିମାଞ୍ଚଳ ସ୍ବାଇଁ, ଶ୍ରବଣ ପୋଲେଇ, କାଳୁ ପ୍ରଧାନ, ଟୁନା ସ୍ବାଇଁ , ନବ କିଶୋର ସ୍ବାଇଁ,ସମେତ ବହୁ ସଂଖ୍ୟାରେ ଯୁବ କର୍ମୀ ଓ ନେତା ମାନେ ଉପସ୍ଥିତ ରହିବା ସହ ପଣା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଦେବାଶିଷ ମହାରଣା ଙ୍କ ରିପୋର୍ଟ

error: Content is protected !!