ରିପୋର୍ଟ :ଦେବାଶିଷ ମହାରଣା
କୋଦଳା, (ଆମ ଓଡିଶା ଖବର):ବିଜେପି କେନ୍ଦ୍ର କମିଟି ତଥା ରାଜ୍ୟ କମିଟିର ନିର୍ଧେଶ କ୍ରମେ ବୁଧବାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ଏନଏ ସି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଜେପି ସକ୍ରିୟ ସଦସ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି | କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ଘୁମୁସର ଜିଲ୍ଲା ବିଜେପି ସଭାପତି ବିଜୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେପିର ଅତୀତ ଏବଂ ସମ୍ପର୍କରେ ବହୁ ମୂଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ | ସନମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ନାୟକ ଯୋଗ ଦେଇ ବିଜେପିର ସମସ୍ତ ଯୁବ ସକ୍ରିୟ ସଦସ୍ୟ ମାନଙ୍କୁ ବିଶେଷ ଧନ୍ୟବାଦ ଜଣାଇଥିଲେ | ବିଜେପି ହେଉଛି ଏକ ପରିବାର, ଏହା କାହାର ବ୍ୟକ୍ତିଗତ ସମ୍ପତି ନୁହେଁ, ତେଣୁ ମିଳିମିଶି କାମ କରିବାକୁ ଆହ୍ୱାନ ଦେବା ସହ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ ଶ୍ରୀ ନାୟକ | ମଞ୍ଚାସିନ ଅତିଥି ଭାବେ ଯୁବ ନେତା ଶ୍ରୀ ସୀତାରାମ ପାଣିଗ୍ରାହୀ ଯୋଗଦେଇ ବିଜେପିର ସଂଘୀୟ ବ୍ୟବସ୍ଥା ଉପରେ ମତ ରଖିବା ସହିତ ସଭିଏଁ ସଂଗଠିତ ହୋଇ ରହିବାକୁ ଆହ୍ୱାନ ଦେଇଥିଲେ | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ପ୍ରତିନିଧି ମିଥୁନ ସ୍ୱାଇଁ, ଅଶୋକ ତାରିଣୀଙ୍କ ସମେତ ବେଗୁନିଆପଡା ବ୍ଲକର ବହୁ ସରପଞ୍ଚ, ସମିତିସଭ୍ୟ,ସମସ୍ତ ମଣ୍ଡଳ ସଭାପତିଙ୍କ ସମେତ ତୃଣମୂଳ ସ୍ତରରୁ ଆସିଥିବା ଦୁଇ ଶହରୁ ଉର୍ଦ୍ଧ ପୁରୁଷ ମହିଳା କାର୍ଯ୍ୟକର୍ତା ଯୋଗ ଦେଇଥିଲେ |
More Stories
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୋଖରୀରେ ବୁଡି ବୃଦ୍ଧ ମୃତ୍ୟୁ
ପୀତବାସ ପଣ୍ଡାଙ୍କ ମୃତ୍ୟୁରେ ଓଡ଼ିଶା ଡିଜିଟାଲ ଗଞ୍ଜାମ ମିଡିଆ ଆସୋସିଏସନ୍ ତରଫରୁ ଶୋକସଭା।