ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷ ପାଳନ  l

ଗଞ୍ଜାମ ଆମ ଓଡ଼ିଶା ଖବର )ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜାତୀୟ ସେବା ଯୋଜନା ( ପୁରୁଷ, ମହିଳା ଓ ଯୁଗ୍ମ ବିଭାଗ)ତରଫରୁ ରକ୍ତଦାନ ଶିବିର ତା ୧୬.୦୪.୨୫ ରିଖ ଦିନ ମହାବିଦ୍ୟାଳୟର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ଅଧକ୍ଷ ଶ୍ରୀ ରବିନ୍ଦ୍ର ନାଥ ପାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜାତୀୟ ସେବା ଯୋଜନା  ଯୁଗ୍ମ ବିଭାଗର ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ , ପୁରୁଷ ବିଭାଗ ର ପ୍ରୋଗ୍ରାମ ଅଫିସର୍ ପ୍ରକାଶ ଚନ୍ଦ୍ର ସାହୁ ଓ ମହିଳା ବିଭାଗର ପ୍ରୋଗ୍ରାମ ଅଫିସର୍ ବସନ୍ତ କୁମାର ପାଣି ସଂଯୋଜନା କରିଥିଲେ। ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ, ବିଶ୍ଵନାଥ ଚୌଧୁରୀ, ଡକ୍ଟର ବିରେଞ୍ଚି ନାରାୟଣ ରଥ, ଖେଳ ଶିକ୍ଷକ ଦୀପକ କୁମାର ସ୍ୱାଇଁ, ଡାଟାଏଣ୍ଟ୍ରି ଓପରେଟର ଦୀପକ ରଂଜନ ଜେନା , ଜୁନିଅର କ୍ଲର୍କ ସନ୍ଦୀପ ସାହୁ ପ୍ରଭୃତି ରକ୍ତଦାନ କରିଥିଲେ। ସ୍ବେଚ୍ଛାସେବୀ ଇସପିତା ଗୌଡ଼, ପୂଜାରାଣି ବେହେରା, ରେଶ୍ମା ସାହୁ, ଗୁଡୁଲି ସାହୁ, ଶୁଭମ୍ ସାହୁ ପ୍ରଭୃତି ସହଯୋଗ କରିଥିଲେ। ଏହି ରକ୍ତ ଦାନ ଶିବିର ରେ ୨୮ ୟୁନିଟ ରକ୍ତ ବ୍ରହ୍ମପୁରରେ ଏମ କେ ସି ଜି ମେଡିକାଲ ବ୍ଲଡ଼ ବ୍ୟାଙ୍କ୍ ଦ୍ଵାରା ସଂଗ୍ରହ କରାଯାଇଥିଲା। ଛାତ୍ର ଛାତ୍ରୀ ଓ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ଲିଜା ରାଉତ, ବଳଦେବ କୁଣ୍ଡ, ଜଗନ୍ନାଥ୍ ବିଷୋୟୀ, ବିକାଶ କୁମାର ସ୍ୱାଇଁ, ଆକାଶ କୁମାର ସ୍ୱାଇଁ, ସମ୍ପଦ ଦାସ,ଦେବବ୍ରତ ସାହୁ, କାର୍ତ୍ତିକେୟ ପାତ୍ର, ଦୀପକ ଡାକୁଆ, ରାକେଶ ନାୟକ , ସରୋଜ ସାହୁ, ପ୍ରଭୃତି ରକ୍ତଦନଙ୍କରି କଲେଜ ପାଇଁ ଗୌରବ ଆଣିଛନ୍ତି।

error: Content is protected !!