ଚିଲିକା (ଆମ ଓଡ଼ିଶା ଖବର ) ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ଵାଚନ ମଣ୍ଡଳୀର ଜଣାଶୁଣା ନାଭାଲ ଛକ ସେଠି ନାଭାଲ ବେଶ ଓ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଓଭର ବ୍ରିଜ ତଳ ସ୍ଥିତ ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ନାଭାଲ ଛକ ଓଭରବ୍ରିଜତଳ ଛକ ନିକଟରେ ଅଧାପନ୍ତରୀୟା ହୋଇ ପଡ଼ିଥିବା ଡ୍ରେନରୁ ନର୍ଦମା ପାଣି ରୋଡ଼ଉପରେ ବୋହି ଚାଲୁଛି l (ଏନ ଇଛ ) କତୃପକ୍ଷ ଦୁଇପଟୁ ଡ୍ରେନ କରି ମଝି ଡ୍ରେନଟିକୁ ଦୁହେଁକୁ ସଂଯୋଗ ନକରିବାରୁ ରୋଡ଼ ଉପରେ ଆଣ୍ଠୁଏ ଲେଖା ନର୍ଦମା ପାଣି ବଜାର ମଧ୍ୟରେ ପ୍ରବେଶ କରୁଛି, ଏହି ନର୍ଦମା ପାଣି ପାଞ୍ଚଶହ ମିଟର ପର୍ଯନ୍ତ ରୋଡ଼ ଉପରେ ବୋହି ଚାଲୁଥିବା ବେଳେ ବଜାର ମଧ୍ୟରେ ଥିବା ସମସ୍ତ ଦୋକାନ ସାମ୍ନା ଦେଇ ଜଗନାଥ ମନ୍ଦିର ପର୍ଯନ୍ତ ନର୍ଦମା ପାଣି ବୋହି ଚାଳୁଛି, ଯିବା ଆସିବା ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ସମସ୍ତ ଦୋକାନ ସାମ୍ନାରେ ନର୍ଦମା ପାଣି ଜମି ରହିଥିବାରୁ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦୋକାନୀ ଓ ଗ୍ରାହକ , ଦୁଇଦିନ ପୂର୍ବରୁ ସ୍ଥାନୀୟ ବଜାର କମିଟି ର ସମସ୍ତ ସଦସ୍ୟ ମାନେ ସ୍ଥାନୀୟ ନାଭାଲ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଉପାରୀ ନାହିଁ l ଜଦି ସାତଦିନ ମଧ୍ୟରେ ଡ୍ରେନର ନର୍ଦମା ପାଣି ବନ୍ଦନହୁଏ ଆମେ ରାଜରାସ୍ତା ଅବରୋଧ କରିବାକୁ ବାଧ୍ୟ୍ୟହେବୁ ବୋଲି କହିଛନ୍ତି ବଜାର କମିଟିର ସଦଶ୍ୟ l
ବିୟୁରୋ ରିପୋର୍ଟ ଆମ ଓଡିଶା ଖବର


More Stories
ଜଟଣୀ ରାଜଯୋଗ ଭବନରେ ରାଜଯୋଗିନୀ ଡଃ କମଲେଶ ଦିଦିଙ୍କ ଶ୍ରଦ୍ଧାଞ୍ଜଳି ସଭା ।
ଜଟଣୀ ପୁସ୍ତକ ମେଳାର ତୃତୀୟ ଦିନରେ ମହା ସମାରୋହ।
ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନାମରେ ସାଙ୍ଘାତିକ ଅଭିଯୋଗ।