ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦୮ ଓ ୧୦୨ ଆମ୍ବୁଲାନ୍ସ ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି । ଲକ୍ଷାଧିକ ଲୋକ ମାଗଣା ଆମ୍ବୁଲାନ୍ସ ସେବା ପାଇବାରେ ସକ୍ଷମ ହୋଇପାରିଛନ୍ତି। ସହରାଞ୍ଚଳଠାରୁ ଆରମ୍ଭ କରି ଅପହଞ୍ଚ ଅଞ୍ଚଳରେ ମଧ୍ୟ ୧୦୮ ଓ ୧୦୨ଆମ୍ବୁଲାନ୍ସ ଲୋକଙ୍କୁ ସେବା ଯୋଗାଇବାରେ ସକ୍ଷମ ହୋଇଛି। ଏହା ସହ ବିଭିନ୍ନ ସମୟରେ ସଂସ୍ଥା ପକ୍ଷାରୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ନିଆଳ ଠାରେ ମ୍ୟାଲେରିଆ ମୁକ୍ତ ପାଇଁ ଏମ୍ରି ଗ୍ରୀନ ହେଲଥ ସର୍ଭିସେସ ଭୁବନେଶ୍ଵର ପକ୍ଷରୁ ଆରମ୍ଭ କରାଯାଇଛି ସଚେତନତା ଅଭିଯାନ। ଆଜି ନିଆଳି ଗ୍ରାମର କିଛି ଲୋକଙ୍କୁ ବିଶ୍ଵ ମେଲେରିଆ ଦିବସ ଅବସରରେ ମସାରି ବ୍ୟବହାର କରିବା ନେଇ ସଚେତନ କରାଯାଇଛି। ଗ୍ରାମାଞ୍ଚଳରେ ଲୋକ ମାନେ କିପରି ୧୦୮ ଓ ୧୦୨କୁ ଫୋନ୍ କରି ସୁବିଧାରେ ଆମ୍ବୁଲାନ୍ସ ସେବା ପାଇ ପାରିବେ ସେ ନେଇ ଲୋକ ମାନଙ୍କୁ ବୁଝା ଯାଇଥିଲା। ଏମ୍ରି ଗ୍ରୀନ ହେଲଥ ସର୍ଭିସେସର ପ୍ରୋଗ୍ରାମ ମ୍ୟାନେଜର ଜ୍ଞାନ ରଞ୍ଜନ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଥଲେ। ଜରୁରୀକାଳୀନ ପରିଚାଳନା କାର୍ଯ୍ୟନିର୍ବାହୀ ଅଧିକାରୀ ଅମୀୟ କୁମାର ସ୍ୱାଇଁ, ସଚ୍ଚିଦାନନ୍ଦ ସାମଲ, ରଞ୍ଜନ କୁମାର ଦାଶ ଉପସ୍ଥିତ ରହି ସହଯୋଗ କରିଥଲେ। ଏଥିରେ ସୁବିଧା ପାଇଥିବା ବହୁ ଗ୍ରାମବାସୀ ସହଯୋଗ କରିଥିଲେ ।
ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା
More Stories
ଉତ୍କଳକ ସାମ୍ବାଦିକ ସଂଘର ଖୋର୍ଦ୍ଧା ଜିଲ୍ଲା ସାଧାରଣ ବୈଠକ ଅନୁଷ୍ଟିତ ।
ଶ୍ରୀବ୍ୟାସଦେବଙ୍କ ଜନ୍ମ ତିଥିରେ ଗୁରୁ ପୂର୍ଣ୍ଣିମା, ଆଲୋଚନା ଚକ୍ର।
ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ‘ମା ପାଇଁ ଗଛଟିଏ ‘ ସାମୁହିକ ବୃକ୍ଷରୋପଣ