ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ.ଛଚିନା ସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ରୌପ୍ୟ ଜୟନ୍ତୀ ସମାରୋହ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ଦୀର୍ଘ ପଚିଶି ବର୍ଷର ନିରବିଛିନ୍ନ ଅବିଶ୍ରାନ୍ତ ସାଧନା ଓ ଶୈକ୍ଷିକ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତନ ନିମନ୍ତେ ଏହି ରୌପ୍ୟ ଜୟନ୍ତୀ ସମାରୋହକୁ ବେଶ ଆଗ୍ରହର ସହିତ ପାଳନ କରିଥିଲେ ପରିଚାଳନା କମିଟି ସଦସ୍ୟ,ଶିକ୍ଷକ, ଶିକ୍ଷୟିତ୍ରୀ,ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ, ସ୍ଥାନୀୟ ବାସିନ୍ଦା ତଥା ଅଧ୍ୟୟନରତ ଛାତ୍ର ଛାତ୍ରୀ। କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହା ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନର ବଳିଷ୍ଠ ଭୂମିକାକୁ ଚୁମ୍ବକରେ ମନେ ପକାଇ ଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇଥିଲେ । ଗୁରୁଜୀ, ଛାତ୍ରଛାତ୍ରୀ,ଅଭିଭାବକ ଓ ପରିଚାଳନା କମିଟି ମଧ୍ୟରେ ସମନ୍ୱୟ ରହିବା ଉପରେ ଆଲୋଚନା କରିବା ସହ ପ୍ଲାଷ୍ଟିକ ବର୍ଜନ, ଜଳର ସୁବିନିଯୋଗ ଉପରେ ମତବ୍ୟକ୍ତ କରିଥିଲେ । ସନମାନିତ ଅତିଥି ଭାବେ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ବେଗୁନିଆପଡା ବିଡିଓ ସସ୍ମିତା ଶତପଥି, ବେଗୁନିଆପଡା ବ୍ଲକ ବି.ଇ.ଓ ରୁଦ୍ର ନାରାୟଣ ସାହୁ ,ଏସ. ଛଚିନା ସରପଞ୍ଚ ଗୀତାଞ୍ଜଳି ସେଠି, ସମିତିସଭ୍ୟ ବୁଦ୍ଧିଆ ଦାଶ, ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ସିମାଞ୍ଚଳ ନାୟକ ପ୍ରମୁଖ ଉକ୍ତ ସମାରୋହରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ରୌପ୍ୟ ଜୟନ୍ତୀ ସ୍ମୃତି ସ୍ତମ୍ଭ ଉନ୍ମୋଚନ, ବିଦ୍ୟାଳୟର ପ୍ରଥମ ସଭାପତି ସ୍ବର୍ଗତ ରମେଶ ଚନ୍ଦ୍ର ପାଢ଼ୀ ଙ୍କୁ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ମଞ୍ଚରେ ପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସ୍ୱାଗତ ଜଣା ଯାଇଥିଲା । ଏହାପରେ ସ୍ମରଣିକା ରଜତ ସ୍ଵାକ୍ଷର ଓ କବିତା ସଂକଳନ ପୁସ୍ତକ ଉନ୍ମୋଚନ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରଜ ଗୋପାଳ ପ୍ରଧାନ ସମ୍ପାଦକୀୟ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ଦେବେନ୍ଦ୍ର ମହାରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ସମାଜସେବୀ ଚିତ୍ରସେନ ପରିଡା, ମନୋଜ କୁମାର ପାଣ୍ଡୀ, ସୀତାରାମ ପାଣିଗ୍ରାହୀ, ଅଶୋକ ତାରିଣୀ, ଆଲୋକ ଶତପଥି, ମନୋରଞ୍ଜନ ନାୟକ,ସାମାଜିକ କର୍ମୀ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ, ଯୁବଗୋଷ୍ଠି ପରିଚାଳନାରେ ବିଶେଷ ସହଯୋଗ କରିଥିଲେ |
ରିପୋର୍ଟ :ଦେବାଶିଷ ମହାରଣା


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?