ବେଗୁନିଆପଡା, (ଆମ ଓଡିଶା ଖବର): ବେଗୁନିଆପଡା ବ୍ଲକ,ଖଣ୍ଡିଆନଈ ପଞ୍ଚାୟତ ଅନ୍ତର୍ଗତ ତିରିଡା ଗ୍ରାମର କାଶୀନାଥ ସାହୁଙ୍କ ପୁଅ ସୁରେନ୍ଦ୍ର ସାହୁ ଙ୍କ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁ ଘଟିଥିବା ସୂଚନା ମିଳିଛି | ପ୍ରାପ୍ତ ସୂଚନା ଅନୁଯାୟୀ ରବିବାର ଦିନ ଉକ୍ତ ଗ୍ରାମର ସୁରେନ୍ଦ୍ର ସାହୁ ଘର କାମ କରୁଥିବା ବେଳେ ଅପରାହ୍ନ ସମୟରେ ହଠାତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ | ଯାହା ଫଳରେ ପରିବାର ଲୋକ ତାଙ୍କୁ ତୁରନ୍ତ ଖଲ୍ଲିକୋଟ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ | ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପରେ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନିଆଯାଇଥିଲା | ସ୍ବର୍ଗତ ସୁରେନ୍ଦ୍ର ସାହୁଙ୍କ ପରିବାରରେ ଗୋଟିଏ ପୁଅ, ଦୁଇଟି ଝିଅ ଥିବା ବେଳେ ଗରୀବ ପରିବାରର ହୋଇଥିବା ଯୋଗୁଁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଖଣ୍ଡିଆନଈ ପଞ୍ଚାୟର ସରପଞ୍ଚ ପଙ୍କଜ ସେଠି ଙ୍କ ସମେତ ଗ୍ରାମବାସୀ |
ରିପୋର୍ଟ:ଦେବାଶିଷ ମହାରଣା


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l