ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଆୟୁଷ୍ମାନ ଯୋଜନାର ବ୍ୟାପକ ଉପଲବ୍ଧତା ସୁନିଶ୍ଚିତ ପାଇଁ ଆଲୋଚନା ବିଷମକଟକ
ରାୟଗଡା ଜିଲ୍ଲା ବିଷମକଟକ ସଦର ମହକୁମା ଠାରେ ଅବସ୍ଥିତ ଥିବା ଖ୍ରୀଷ୍ଟିଆନ ହସ୍ପିଟାଲ ବିଷମକଟକ ଉପରେ ଦୀର୍ଘ ଦଶନ୍ଧି ଧରି ରାୟଗଡା ଜିଲ୍ଲା ସମେତ, କଳାହାଣ୍ଡି, ଟିଟିଲାଗଡ଼, ବଲାଙ୍ଗୀର, ଫୁଲବାଣୀ, ଗଜପତି ଏବଂ ଆଖ ପାଖ ଅନେକ ଅଞ୍ଚଳ ଲୋକ ଚିକିତ୍ସା ପାଇଁ ନିର୍ଭର କରନ୍ତି I ଯେଉଁଥିପାଇଁ ଆଜି ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟlୱରୀ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲ ଗସ୍ତରେ ଆସିଥିବା ଜଣାପଡିଛି I କେନ୍ଦ୍ର ସରକାର ଙ୍କ ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ କରାଯିବା ପରେ ଏହି ଯୋଜନା ର ସଫଳ ରୂପାୟନ ଓ ଏହାର ଉପଲବ୍ଧତା କୁ ଆହୁରି ବ୍ୟାପକ କରାଇବା ଦିଗରେ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଉଥିବା କୁହାଯାଉଥିବା ବେଳେ ରାୟଗଡା ଜିଲ୍ଲାପାଳ ଙ୍କ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲ ଗସ୍ତ ମୋହନ ସରକାର ଙ୍କ ଲୋକଙ୍କ ପ୍ରତି ଗମ୍ଭୀର ତା କୁ ସୂଚାଉଛି I ପୂର୍ବରୁ ଏହି ଘରୋଇ ଚିକିତ୍ସାଳୟ ରେ ବିଏସକେୱାଇ ଯୋଜନାର ଲାଭ ଲୋକଙ୍କୁ ଉପଲବ୍ଧ କରାଇ ଦିଆଯାଉଥିଲା I ତେଵେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ପରେ ପୂର୍ଵ ଯୋଜନା ଆଉ କାର୍ଯ୍ୟକ୍ଷମ ନାହିଁ I ଏହି ପରିପ୍ରେକ୍ଷୀରେ ରେ ଏହି ଯୋଜନା ର ଲାଭ ଅଧିକାଂଶ ଲୋକଙ୍କ ପାଖକୁ ଯେପରି ପହଞ୍ଚିବ ଏହା ସୁନିଶ୍ଚିତ କରିବା ପାଇଁ ଆଜି ଜିଲ୍ଲାପାଳ ଏହି ଘରୋଇ ହସ୍ପିଟାଲ କୁ ଗସ୍ତ କରିଥିବା କୁହାଯାଉଛି I ଆୟୁଷ୍ମାନ ଯୋଜନା ର ସୁଯୋଗ ଆହୁରି ଅଧିକ ହିତାଧିକାରୀଙ୍କ ପର୍ଯ୍ୟନ୍ତ କିଭଳି ପହଞ୍ଚିବ, ଏହାର ଉପଲବ୍ଧତା, ଲୋକଙ୍କ ମଧ୍ୟରେ ଥିବା ଭ୍ରମ, ଗୁଜବ ଏଭଳି ଅନେକ ଦିଗରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ସୂଚନା ରହିଛି I ଜିଲ୍ଲାପାଳ ଖ୍ରୀଷ୍ଟିଆନ ହସ୍ପିଟାଲ ବୁଲି ଦେଖିବା ସହ ଆୟୁଷ୍ମାନ ଯୋଜନା ର କାର୍ଯ୍ୟକାରିତା, ଉପଲବ୍ଧତା ନେଇ ରୋଗୀଙ୍କ ଠାରୁ ପଚାରି ବୁଝିଥିଲେ I ଏହି ଅବସରରେ ଖ୍ରୀଷ୍ଟିଆନ ହସ୍ପିଟାଲ ସୁପରିଟେଣ୍ଡାଣ୍ଟ ସୁନୀଲ ଜୀବନମଲ, ପ୍ରଜ୍ଞା ଜୀବନମଲ, ମ୍ୟାନେଜର ଚନ୍ଦ୍ରଶେଖର ରାୟ, ନର୍ସିଙ୍ଗ ସୁପରିଟେଣ୍ଡାଣ୍ଟ ଏବଂ ଅନ୍ୟମାନେ ଜିଲ୍ଲାପାଳଙ୍କୁ ସ୍ୱାଗତ କରି ତାଙ୍କୁ ହସ୍ପିଟାଲର କାର୍ଯ୍ୟକାରିତା ଓ ଅନ୍ୟ ସମସ୍ୟା ନେଇ ଆଲୋଚନା କରିଥିବା କୁହାଯାଉଛି I
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।