କୋରାପୁଟ ଜିଲ୍ଲା (ଆମ ଓଡିଶା ଖବର) ତାରିଖ ୦୮/୦୫/୨୦୨୫
କୋରାପୁଟ ଜିଲ୍ଲା ଜୟପୁର ସହର ଠାରେ ଆଜି କଂଗ୍ରେସ ଦଳ ପକ୍ଷରୁ ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱ ରେ ପୂର୍ବତନ ଯୁବ ଜିଲ୍ଲା ସଭାପତି ସୁକାନ୍ତ ପଟନାୟକ ପୁଣି କାଉନସିଲର ଓ କର୍ମୀ ମାନେ ଉପସ୍ଥିତ ହୋଇ ଅପରେସନ ସିନ୍ଦୁର ର ସଫଳତା କୁ ନେଇ ବାଣ ଫୁଟାଇ ‘ଇଣ୍ଡିଆନ ଆର୍ମି ଜିନ୍ଦାବାଦ’ ନାରା ଦେଇ ବିଜୟ ଉତ୍ସବ ଭାବରେ ପାଳନ କରିଥିବା ଦେଖିବାକୁ ମିଳିଛି l କିଛି ଦିନ ପୂର୍ବେ ପହଲଗାମ ରେ ପାକିସ୍ତାନ ର ଆତଙ୍ଗବାଦୀ ମାନେ ନିରୀହ ଲୋକଙ୍କୁ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଥିଲେ ତା’ ରି ପ୍ରତିଶୋଧ ନେବା ନିମନ୍ତେ ସରକାର ଙ୍କ ନିର୍ଦେଶ କ୍ରମେ ସେନା ପକ୍ଷରୁ ‘ଅପରେସନ ସିନ୍ଦୁର’ ଆରମ୍ବ ହୋଇଥିଲା । ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିଲା ଯାହାଫଳରେ ପାକିସ୍ତାନର ୯ ଗୋଟି ଆତଙ୍ଗବାଦୀ ଆଡ୍ଡା ଭସ୍ମ କରିବା ସହିତ ଅନେକ ଆତଙ୍ଗବାଦୀ ମାନଙ୍କୁ ନିପାତ କରି ବଦଲା ନେଇଥିଲେ ତାରି ଖୁସି ରେ ଆଜି ଜୟପୁର କଂଗ୍ରେସ ପକ୍ଷରୁ ବାଣ ଫୁଟାଇ “ଇଣ୍ଡିଆନ ଆର୍ମି ଆଗେ ବଡ ହାମ ତୁମ୍ହାରା ସାଥ ହେଁ” ନାରା ଦେଇ ଉତ୍ସବ ମନାଇବା ଦେଖିବାକୁ ପାଇଥିଲୁ l
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।