ରାୟଗଡା ଜିଲ୍ଲା (ଆମ ଓଡିଶା ଖବର)
ଆରେ ହେ ଦୁଷ୍ଟ ପାକିସ୍ଥାନୀ ଭଣ୍ଡ ପାଷାଣ୍ଡ
କିମ୍ପା ରଚ ହିନ୍ଦୁସ୍ଥାନେ ବର୍ବରତା କାଣ୍ଡ।
କର୍ମ ଅଟେ ତୁମ ଘୃଣ୍ୟ ହେ ମୂଢ଼ ପାମର
ନିରୀହ ଲୋକଙ୍କୁ ମାରି ମଣ ପାରିବାର।
କେଉଁ ପଚା ଷଢ଼ା ନାଳୀର ଅଟ ହୋ କୀଟ
ନୃଶଂସ ପଣେ ହତ୍ୟା କରି ଖାଅ ଉଚ୍ଚାଟ।
ଲଜ୍ଜ୍ୟା ଲାଗୁନି ତୁମକୁ ଛି ଛି ପାକିସ୍ଥାନୀ
ମଣିଷ ରୂପି ପିଶାଚ ବେଇମାନ ଖୁନୀ।
ହିଂସା କାଣ୍ଡ ରଚୁଛ ଏ ଦେଶେ ଯହିଁ ତହିଁ
ହିଂସ୍ର ପ୍ରାଣୀ ଠାରୁ ହୀନ ବୁଦ୍ଧି ତୁମ ଦେହୀ।
ଦୁର୍ବୁଦ୍ଧି ଦୁରାଚାରୀ ତୁମେ ତ ମନ୍ଦ ମତି
ଦୟା କ୍ଷମା ନାହିଁ ତୁମ ନିର୍ଦ୍ଦୟ ପ୍ରକୃତି।
ଦୁଇ ହଜାର ପଚିଶି ଏପ୍ରିଲ ବାଇଶି
ଟୁରିଷ୍ଟି ହିନ୍ଦୁଙ୍କ ହତ୍ଯା କ୍ଷୁବ୍ଧ ଦେଶବାଶୀ।
ଦେଇଛ ନିର୍ମମ ଯନ୍ତ୍ରଣା ହିନ୍ଦୁ ଭାଇଙ୍କୁ
ଲାଗିଛି ଆଘାତ ଭାରତୀୟଙ୍କ ପ୍ରାଣକୁ।
ନେଉଛ ତୁଣ୍ଡରେ ସଦା ଆଲ୍ଲା ଇଷ୍ଟ ନାମ
ସେହି ଆଲ୍ଲା ଦେଖୁଛି ତୁମର କଲା କର୍ମ।
ତୁମେ କ୍ଷମାର ଯୋଗ୍ୟ ନୁହଁ ଆରେ ବିଦ୍ରୋହୀ
ନର୍କ ବି ତୁମ ପାଇଁ ଦ୍ବାର ଖୋଲିବ ନାହିଁ।
ନିଷ୍ପାପ ନିରୀହ ଙ୍କୁ ଆନ୍ଯାୟେ ହତ୍ୟା କଲ
ଜାତି ଧର୍ମ ବର୍ଣ୍ଣ ଗୋତ୍ରେ ପ୍ରଭେଦ ଦେଖିଲ।
କିଏ କାହାର ପିତା ପୁତ୍ର ଭ୍ରାତା ଜାମାତା
ଅବା ନବ ବିବାହିତା ପତିଙ୍କୁ କଲ ହତ୍ୟା।
ଦେଇଛ ସିନ୍ଦୁର ପୋଛି ହିନ୍ଦୁ ନାରୀଙ୍କର
ସେ ସିନ୍ଦୁର ଫାନ୍ଧ ହେବ ତୁମରି ଗଳାର।
ଏଠି ହିନ୍ଦୁ ମୁସଲମାନ ଶିଖ ଓ ସାଇ
ଭାରତୀୟ ଅଟୁ ଆମେ ସର୍ବେ ଭାଇ ଭାଇ।
ଆମେରେ ଭାରତ ମାତାର ବୀର ସନ୍ତାନ
ତା ପବିତ୍ର ରକ୍ତରେ ସର୍ବେ ହେଁ ତେଜିୟାନ।
ତୁମେ ତ ଘାତକ ଦାନବ ରୂପି ଦୁର୍ଦ୍ଧାନ୍ତ
ପାପୀ ଠାରୁ ମହା ପାପୀ ଦୁର୍ଗନ୍ଧ ଅତ୍ୟନ୍ତ।
ସତ୍ୟ ଅହିଂସା ତ୍ୟାଗ ଆମରି ବଳୀଦାନ
ସର୍ବ ଧର୍ମେ ସମନ୍ବୟ ଜଗତେ ମହାନ।
ଏ ମାଟିରେ ରାମ କୃଷ୍ଣ ପ୍ରଭୁ ଜଗନ୍ନାଥ
ଲୀଳା ଖେଳା ମତେ ଦେଖାଇଛନ୍ତି ସୁପଥ।
ଆମେ ହିନ୍ଦୁ ସନାତନୀ ହିନ୍ଦୁ ରାଷ୍ଟ୍ର ପୁତ୍ର
ସୁଗୁଣେ ସମ୍ପନ୍ନ ଜାଣୁ ତୁମ ଅନ୍ତ ସୂତ୍ର।
ନଜାଣ କି ମୂଢ଼ ତୁମେ ଶାନ୍ତିର ଏ ଦେଶ
ସଦା ଦେଉଛ ଆଘାତ କରି ଅସନ୍ତୋଷ।
ପୂର୍ବଜନେ ଛନ୍ତି ଦେଇ ଏ ମାଟିରୁ ଅଂଶେ
ଆତଙ୍କି ପାଳି ମାରୁଛ ଆମକୁ ନୃଶଂସେ।
ଯୁଦ୍ଧେ ସଦା ହାରୁଅଛ ପାକିସ୍ଥାନୀ ଭୀରୁ
ନଜର ନ ହଟାଉଛ ଜାମ୍ମୁ କାଶ୍ମୀରିରୁ ।
ଜାଣରେ ଦୁର୍ବୃତ୍ତ ଏ ଆମ ମା’ର ମୁକୁଟ
ସର୍ବଦା ଝଟକୁଛି ତା ପାଇଁ କର ନାଟ।
ଶାନ୍ତି ମୈତ୍ରୀ ଭାତୃଭାବ ଭାଷାକୁ ନ ବୁଝ
ପ୍ରତିଶୋଧ ବହ୍ନି ଜ୍ବାଳେ ବୁଝାଇବୁ ଆଜ।
କାଳ ଠାରୁ ମହାକାଳ ଭାରତୀୟ ବୀର
ତୁମ ପରି କାୟରଙ୍କୁ କରିବେ ସଂହାର।
ପ୍ରତିଜ୍ଞା ଶହେ ଚାଳିଶି କୋଟି ଜନତାର
ମିଟାଇବୁ ଧର୍ମ ଯୁଦ୍ଧେ ଅସ୍ତିତ୍ବ ତୁମର। ଶ୍ରୀମତୀ ଅହଲ୍ୟା ମହାରଣା, ରାଣୀଗୁଡ଼ା ଫାର୍ମ,ରାୟଗଡ଼। ଦୂରଭାଷ-୮୨୮୦୯୧୫୮୦୭
More Stories
ବେଦାନ୍ତ ଓ ମୈତ୍ରୀ କମ୍ପାନୀ କୁ ଶକ୍ତ ଧକ୍କା ସିଜିମାଳି ଲୋକେ କଲେ ବିରୋଧ,ସିଜିମାଳି କୁ ଯାଇନପାରିକି ଫେରିଲେ ଅଧୂକାରୀ ଓ ପୋଲିସ ଫୋର୍ସ।
ବାଲ୍ୟବିବାହ ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ କଲ୍ୟାଣିସିହପୁର ଠାରେ !
ମୌସୁମୀ ଆଗମେ