ରାୟଗଡା ଜିଲ୍ଲା (ଆମ ଓଡିଶା ଖବର)
ଇତିହାସ ପଢ଼ି ଜାଣିଛି ଏତିକି
ସେ ବେଳର କବିକୁଳ
ଦେଶ ସ୍ବତନ୍ତ୍ରତା ପାଇଁ ଅଣ୍ଟାଭିଡ଼ି
ଦେଖାଇଲେ ନିଜବଳ।
ଶାଣିତ ଲେଖନୀ ଫର୍ଦ୍ଦ ପରେ ଫର୍ଦ୍ଦ
ଲେଖିଛି ମାଆର କଥା
ସେ ଫରଦ ପଢ଼ି ପ୍ରଜା ଜାଗରଣେ
ବିନ୍ଧିଛି ଫିରିଙ୍ଗି ମଥା।
ତର ଅଣ୍ଟିଲାନି ସେ ଗନ୍ଧ ମୂଷିକ
ଧାଇଁଲା ଭାରତ ଛାଡି
ମାଆ ଭାରତୀର ମଥାର ସିନ୍ଦୁର
ପାରିଲା ନାହିଁ ଉଜାଡ଼ି।
ସେ ସିନ୍ଦୁର ଆଜି ଜକଜକ ଦିଶେ
ଅକ୍ଷୂର୍ଣ୍ଣ ତା’ର ମହିମା
ବଗଡ ବୁଦ୍ଧିରେ ଅଦ୍ଯ ଐରୀ ଭାବେ
ପୋଛି କରିବ ବଡ଼ିମା।
ଇଟାଟିଏ ମାରି ପଥର ପାହାର
ଖାଇ କରୁଛି ଫୁଟାଣି
ସିନ୍ଦୁର ଶକତି ଡରରେ ବଇରି
ଛାନିଆ ପିଳେହିପାଣି।
ଭାରତ ଭୂଖଣ୍ଡ ଆର୍ଯ୍ୟ ଦେବଭୂମି
ଶ୍ରୀରାମ, ଶ୍ରୀକୃଷ୍ଣ ଦେଶ
କୋଦଣ୍ଡ, ଚକ୍ରରେ ପଠାଣ ସନ୍ତ୍ରାସି
ହେବେ ସମୂଳେ ବିନାଶ।
ଅନ୍ଯ ବାହୁ ଛାୟା କ୍ଷଣିଏ ଆଶ୍ରୟ
କେତେ ଯୋଗେଇବେ ଆନ
ଘାତକ ଭାରତ ପ୍ରଚଣ୍ଡ ପ୍ରହାରେ
ଧ୍ବଂସ ହେବ ପାକିସ୍ତାନ।
ଗନ୍ଧ ମୂଷିକଟା ଏ କୋଣୁ ସେ କୋଣ
ଘୁରୁଛି ବଂଚିବା ପାଇଁ
ଗୁଆକାତି ଜାବେ ସବୁଆଡୁ ପଡି
କଲା କର୍ମେ ତ୍ରାହି ନାହିଁ।
ସତୀ ଦ୍ରୌପଦୀଙ୍କ ସୀମନ୍ତ ସିନ୍ଦୁର
ନାଶିଛି କୌରବ କୁଳ
ଆଜିର ସିନ୍ଦୁର କୋଟି ଦ୍ରୌପଦୀଙ୍କ
ସରିବ ବଇରି କାଳ।
ସୈନ୍ଯ, ଜନ ମନୋବଳ ବଢ଼ିବାକୁ
ଲେଖନୀ ଅସି ପଜାଅ
ନିଜ ପାଇଁ ନୁହଁ ରାଷ୍ଟ୍ର ପାଇଁ ଲେଖ
ଲୋଡ଼େ ଆଜିର ସମୟ।
ଜୟଦେବ ସିଠ। ରାଣୀ ଗୁଡା ଫାର୍ମ, ରାୟଗଡ଼। ୯୪୩୭୫୨୭୩୪୯ ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।