କୋରାପୁଟ ଜିଲ୍ଲା (ଆମ ଓଡିଶା ଖବର )ତା୧୪. ୫.୨୫ ରିଖ କୋରାପୁଟ ଜିଲ୍ଲା ଦାମନଯୋଡ଼ି ସ୍ଥିତ ମୁକ୍ତ ରଂଗ ମଞ୍ଚରେ ରାଷ୍ଟ୍ର ଦୀପ ପ୍ରସାର ସମିତି ତରଫରୁ ୩୨ ତମ ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଭବ୍ଯ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରାୟ ୨୦୦ରୁ ଅଧିକ ଶ୍ରଦ୍ଧାଳୁ ଖୋଳ ଝାଞ୍ଜ ବଜାଇ ଭଜନ କୀର୍ତ୍ତନ କରିବା ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଭାରତମାତାକି ଜୟ ଧ୍ବନି ଦେଇ ନଗର ପରିକ୍ରମା ପରେ ବୈଠକ ସ୍ଥାନରେ ଉପସ୍ଥିତ ରହି ସନାତନ ଧର୍ମ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଡଃ ଜଳେନ୍ଦ୍ରେ ତିପାଠୀ ସର୍ବ ଦାୟିତ୍ୱ ନେଇ ପରିଚାଳନା କରିଥିଲେ। ବୈଠକରେ ଓଡ଼ିଶା ସରକାର ଙ୍କ ଖଣି ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ, ଶ୍ରୀ ଛାୟା କାନ୍ତ ତ୍ରୀପାଠୀ, ଦୁଇ ସାଧକ ସାଧୁବାବା, କଂପାନୀ ଅଧିକାରୀ ଅତିଥି ଅଧିକାରୀ ଭାବେ ବୈଠକରେ ଆସୀନ ହୋଇ ଶୋଭା ବଢାଇ ଥିଲେ। ମୁଖ୍ଯ ବକ୍ତା ଶ୍ରୀଯୁକ୍ତ ଛାୟା କାନ୍ତ ତ୍ରୀପାଠୀ ସେବା ନିବୃତ୍ତ ଅଧ୍ଯକ୍ଷ ଟିଟିଲାଗଡ଼ ନିଜର ବକ୍ତବ୍ଯ ମାଧ୍ୟମରେ ରାଷ୍ଟ୍ର ସୁରକ୍ଷା ପାଇଁ ସଂକଳ୍ପ ନେବା, ମନ୍ତୀ ମହୋଦୟ ଦେଶ, ଜାତି, ଧର୍ମ, ଭାଷା, ସଂସ୍କୃତି ସୁରକ୍ଷା କରିବା ଓ ଭାରତମାତା ପାଇଁ ଜୀବନ ଦେବାକୁ ସପଥ କରିବା କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ମାନଙ୍କ ଦ୍ବାରା ” ବିଚାର ସରିତା” ରାଷ୍ଟ୍ର ଦୀପ ସ୍ମରଣିକା ଲୋକାର୍ପଣ ହୋଇଥିଲା। କେତେକ ମାନଗଣ୍ଯ ବ୍ଯକ୍ତି ଅତିଥି ମାନଙ୍କ ଦ୍ବାରା ସଂବର୍ଦ୍ଧନା ହୋଇଥଲେ। ରାୟଗଡ଼ ଜିଲ୍ଲାର ଶ୍ରୀ ଜୟଦେବ ସିଠ ତାଙ୍କର ରାଷ୍ଟ୍ର ସେବା ଓ ସାରସ୍ବତ ସାଧନା ପାଇଁ ଅତିଥି ମାନଙ୍କ ଗହଣରେ ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରାପ୍ତ ହୋଇଛନ୍ତି। କାର୍ଯ୍ୟକ୍ରମ ଶେଷରେ ସର୍ବ ଧନ୍ଯବାଦ ପୂର୍ବକ ନୈଶ ପ୍ରସାଦ ସେବନ ବିଧି ଆଧାରିତ କରାଯାଇ ଥିଲା।
କୋରାପୁଟ ରୁ ପ୍ରଶାନ୍ତ ଖୋସଲା ଙ୍କ ରିପୋର୍ଟ।
More Stories
ମଦ ନେଲା ଜୀବନ ମଦ ଵନ୍ଦ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା କହିଛନ୍ତି ଗ୍ରାମ ବାସୀ।
କୋରାପୁଟ ଜିଲ୍ଲାପରିଷଦ ଅଧ୍ୟକ୍ଷା ଙ୍କ ନିଲାବାଡି ଆଶ୍ରମ ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ l
ଦୂରହେବ କି କୋଟିଆ କଳି, କୋଟିଆ ପାଇଁ ଗଠନ ହେଲା କମିଟି।