ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଜଟଣୀ ପୌର ପରିଷଦ ଆନୁକୁଲ୍ୟରେ, ନଗର ପରିକ୍ରମା ହେଲା ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା। ଏହି ଶୋଭାଯାତ୍ରାଟି ଜଟଣୀ ପୌର କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଆନ୍ଧ୍ର ବ୍ୟାଙ୍କ ଏବଂ ଆନ୍ଧ୍ର ବ୍ୟାଙ୍କ ଠାରୁ ଖୁଦୁପୁର ଛକ ପର୍ଯ୍ୟନ୍ତ ଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ଯ ଭୁମିକା, ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ। ଏତଦବ୍ୟତୀତ ଜଟଣୀ ତହସିଲଦାର ଶ୍ରୀମତୀ ପ୍ରୀତିପର୍ଣ୍ଣା ମିଶ୍ର, ଜଟଣୀ ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀମତୀ ରଶ୍ମିତା ନାଥ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ

, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା, ଥାନାଅଧିକାରୀ ଶ୍ରୀ ଷ୍ଟାଲିନ ବିଶ୍ୱାଳ, ଜଟଣୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ସମାଜସେବି ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀ ବିଶ୍ୱରଞ୍ଜନ ବଡ଼ଜେନା ପ୍ରମୁଖ ଯୋଗ ଦେଇଥିବାବେଳେ, ଜଟଣୀ ପୌର ପରିଷଦର ପାରିଷଦ ଗଣ, ପଞ୍ଚାୟତ ଗୁଡିକର ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ, ବୁଦ୍ଧିଜୀବୀ ଏବଂ ଶତାଧିକ ସାଧାରଣ ନାଗରିକ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶୋଭାଯାତ୍ରାକୁ ଆଗେଇ ନେଇଥିଲେ। ଶୋଭାଯାତ୍ରାର ମୁଖ୍ଯ ଉଦ୍ଦେଶ୍ଯ ଥିଲା, ଦେଶର ସେନାବାହିନୀ ଏବଂ ଦେଶ ପ୍ରେମ ଉଦେଶ୍ୟରେ ଆୟୋଜନ କରାଯାଇଥିଲା।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ