ଢେଙ୍କାନାଳ(ଆମ ଓଡ଼ିଶା ଖବର )ମୁଖ୍ୟ ମନ୍ତ୍ରୀଙ୍କ କର୍ମତତ୍ପର ଅଭିଯାନରେ ଢେଙ୍କାନାଳ ସହର ମଧ୍ୟରେ ଥିବା ପ୍ରମୁଖ ୩ ଗୋଟି ପୋଖରୀର ନବୀକରଣ କାର୍ଯ୍ୟ ନିମନ୍ତେ ଆଜି ଅପରାହ୍ନରେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ସୁଧୀର କୁମାର ସାମଲ, ପୌର ପାଳିକାର ମାନ୍ୟବର ଅଧ୍ଯକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଉପାଧାକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର କୁଅଂର, ପୌର ନିର୍ବାହୀ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତ, ପୌର ଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମିଶ୍ରଙ୍କ ସମେତ ସମ୍ପୃକ୍ତ ୱାର୍ଡର ପରିଷଦ ମାନେ ଏବଂ ସ୍ଥାନୀୟ ବାସିନ୍ଦା ଏହି ଉତ୍ସବ ରେ ଯୋଗ ଦେଇଥିଲେ ।
ସୂଚନା ଯୋଗ୍ୟ, ପୋଖରୀ ର ନବୀକରଣ ନିମନ୍ତେ ୪ ନମ୍ବର ୱାର୍ଡ ସ୍ଥିତ ଭାଗୀରଥୀ ସାଗର ନିମନ୍ତେ ୧୮୭.୩୩ ଲକ୍ଷ ଟଙ୍କା, ୧୭ ନମ୍ବର ୱାର୍ଡ ସ୍ଥିତ ଗୋପାଳ ସାଗର ନିମନ୍ତେ ୨୭.୪୩ ଲକ୍ଷ ଏବଂ ୬ ନମ୍ବର ୱାର୍ଡ ସ୍ଥିତ ଗୋଡି ପୋଖରୀ ନିମନ୍ତେ ୫୫.୯୯ ଲକ୍ଷ ଟଙ୍କା ବ୍ୟୟରେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ବାରା କରାଯିବ ।


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।