ଅଞ୍ଚଳବାସୀଙ୍କ ଦାବି ଯୋର ଧରିଲା ନୂତନ ରାଜସ୍ୱ ଗ୍ରାମ ସକାଶେ

ଗଞ୍ଜାମ: (ଆମ ଓଡିଶା ଖବର)ଆସିକା ବ୍ଳକ ଅନ୍ତର୍ଗତ କଲେଜ ଛକ ସ୍ବତନ୍ତ୍ର ଗ୍ରାମ ଗଢ଼ି ଉଠିଛି ତିନୋଟି ପଞ୍ଚାୟତ ର କିଛି କିଛି ଅଂଶକୁ ନେଇ ଯଥା ବରଗାଁ ପଂଚାୟତ, ହରିଡ଼ା ପଦର ପଂଚାୟତ ଓ ଖାରିଆ ପଂଚାୟତ କୁ ନେଇ । ଉକ୍ତ ଅଂଚଳ ର ଜନସଂଖ୍ୟା ୪୦୦୦ ହଜାରରୁ ଊର୍ଦ୍ଧ୍ଵ। ବସତି ଗଢ଼ି ଉଠିଲା ସତ କିନ୍ତୁ ଯେ କୈ।ଣସି କାର୍ଯ୍ୟ ପାଇଁ ତିନିଟି ପଞ୍ଚାୟତ ଅଫିସ୍ ବୁଲିବାକୁ ପଡୁଛି। ଯାହା ପାଖକୁ ଗଲେ ସେ କହନ୍ତି ଏଇଟା ଆମ ପଂଚାୟତ ରେ ଯାଉନି । ନୂତନ କରି ଗଢ଼ି ଉଠିଥିବା ଅଞ୍ଚଳ ବାସୀ ଙ୍କ ଅନୁରୋଧ ଆମ ଅଞ୍ଚଳ କୁ ନୂତନ ରାଜସ୍ୱ ଗ୍ରାମ ର ମାନ୍ୟତା ପ୍ରଦାନ କରନ୍ତୁ ତତସହ ଏକ ପଞ୍ଚାୟତ ଅଧୀନ ରେ ରହୁ ଯାହାଫଳରେ ସାଧାରଣ ଜନତା ନାହି ନଥିବା ଅସୁବିଧା ରୁ ମୁକ୍ତି ପାଇବେ।
ମାଁ ଶିତଳାଇ ଠାକୁରାଣୀ ସଦଭାବନା ମଞ୍ଚ ର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି ( ମୁନା) ଓ ଅଞ୍ଚଳ ବାସୀ ଙ୍କ ନେତୃତ୍ବରେ ଏକ ମିଳିତ ବୈଠକ କରି ନିଜର ନ୍ୟାର୍ଯ୍ୟ ଦାବି କୁ ଜିଲ୍ଲାପାଳ ଛତ୍ରପୁର, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ବ୍ରହ୍ମପୁର, ଉପଜିଲ୍ଲାପାଳ ଭଞ୍ଜନଗର ଓ ମାନ୍ୟବର ବିଧାୟକ ଆସିକା ଙ୍କ ଦରଖାସ୍ତ ଦ୍ବାରା ଅବଗତ କରାଇଛନ୍ତି ଏହାକୁ ଦୃଷ୍ଟି ଦେଇ ନୂତନ ରାଜସ୍ୱ ଗ୍ରାମ ର ମାନ୍ୟତା ପାଇଁ ଅନୁରୋଧ କରିଛନ୍ତି ଅଞ୍ଚଳ ବାସୀ । ଗତକାଲି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଆସିକା ତହସିଲଦାର ଙ୍କୁ ଦରଖାସ୍ତ ଦେଇଥିଲେ।ଆଜ ମାନ୍ୟବର ବିଧାୟକଙ୍କୁ କଲେଜ ଛକ ବହୁ ବୁଦ୍ଧିଜୀବୀମାନେ ସାକ୍ଷାତ କରି ଦରଖାସ୍ତ ଦେଇ ଅନୁରୋଧ କରିଛନ୍ତି ଆମ ଅଞ୍ଚଳକୁ ନୂତନ ରାଜସ୍ୱ ଗ୍ରାମ କରାଯାଉ, ବିଧାୟକ ମହୋଦୟ ଦୃଢ଼ ପ୍ରତିଶ୍ରୁତି ଦେଇ କହିଛନ୍ତି ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣକରି ଶିଘ୍ର ଆପଣ ଅଞ୍ଚଳ ର ଦାବି ପୂରଣ କରିବା । ସଦଭାବନା ମଞ୍ଚ ର ସଭାପତି ସମ୍ପାଦକ ଓ ବହୁ ବିଶିଷ୍ଟ ବୁଦ୍ଧିଜୀବୀ ଉପସ୍ଥିତ ରହି ବିଧାୟକଙ୍କ ଦୃଷ୍ଟି ଆକର୍ଷଣକରିଥିଲେ।


ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!