କବିସୂର୍ଯ୍ୟନଗର ଥାନା ପରିସରରେ ଏକ ମିଳିତ ବୈଠକ

ଗଞ୍ଜାମ: (ଆମ ଓଡିଶା ଖବର)ବରଗାଁ ମଣ୍ଡଳ, ଶିଆଳିଆ ମଣ୍ଡଳ ସହ ଏସ.ଡି.ପି.ଓ. ପୁରୁଷୋତ୍ତମପୁର ଏବଂ କବିସୂର୍ଯ୍ୟନଗର ଥାନା ଅଧିକାରୀ ଙ୍କ ମିଳିତ ଉଦ୍ୟମରେ ଏକ କୂଳ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଗତ ୧୮/୦୫/୨୫ ରିଖ ସନ୍ଧ୍ୟା ୬ ଟା ସମୟରେ କବିସୂର୍ଯ୍ୟନଗର ଥାନା ପରିସରରେ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି (ଆଳିୟ ସମାଜ କେନ୍ଦ୍ର କୂଳାଧିପତି) ସଭାପତିତ୍ବ ରେ ପ୍ରକାଶ ନାହାକ ଙ୍କ ସମାସ୍ୟା ଉପରେ ବରଗାଁ ମଣ୍ଡଳ,ଶିଆଳିଆ ମଣ୍ଡଳ ସଭାପତି, କେନ୍ଦ୍ର କୂଳାଧିପତି, କେନ୍ଦ୍ର ସାଧାରଣ ସମ୍ପାଦକ,ଏସ.ଡି.ପି.ଓ. ଥାନା ଅଧିକାରୀ ଓ ମଣ୍ଡଳ କର୍ମ କର୍ତ୍ତା ଙ୍କ ଉପସ୍ଥିତି ରେ ସମାସ୍ୟା ର ସମାଧାନ ହୋଇଯାଇଛି।
ପୂର୍ବ ରୁ ପ୍ରକାଶ ନାହାକ ନିଜ ବୋହୂ କୁ ଛାଡ଼ ପତ୍ର ଓ କେଶ ମାମଲା ଓ କୂଳ ସମାଜ କୁ ଖରାପ ଶବ୍ଦ ବ୍ୟବହାର ଲାଗି ତାଙ୍କୁ କୁଳର ସଭ୍ୟ ପଦ ରଦ୍ଧ କରାଯାଇଥିଲା।ସେ ଆଇନ୍ ର ଦ୍ବାରସ୍ଥ ହୋଇଥିଲା ଏବଂ କୂଳର ନିୟମାନୁସାରେ ଚଳିବେ ଓ ବୋହୁ ଉପରୁ କେଶ୍ ଉଠାଇବା ଏସବୁ ଉପରେ ରାଜି ହେବାପରେ ଥାନା ପରିସରରେ ସମସ୍ତ ଙ୍କ ଉପସ୍ଥିତି ରେ ପ୍ରକାଶ ନାହାକ ଓ ପରିବାରକୁ ପୁନଃ କୁଳସଭ୍ୟ ରୂପେ ଗ୍ରହଣ କରାଯାଇଛି ଏବଂ ସେ ସମାଜର ସମସ୍ତ କାର୍ଯ୍ୟ ରେ ପୂର୍ବ ଭଳି ଚଳିବେ ବୋଲି ଉକ୍ତ ବୈଠକର ଘୋଷଣା କରାଯାଇଛି।

ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!