ଗଞ୍ଜାମ: (ଆମ ଓଡିଶା ଖବର)ଆସିକା ବ୍ଳକ ର ସମସ୍ତ ଗ୍ରାମ ବାସୀ ଅତିଷ୍ଠ ସାରା ଓଡ଼ିଶା ଅତିଷ୍ଠ କହିଲେ ଅତ୍ୟୁକ୍ତି ହେବ ନାହିଁ। କର୍ମଚାରୀ ଙ୍କ ମିଳିତ ଅତର୍କିତ ଧମକାଇ ଯୋର ଜବରଦସ୍ତ ମିଟର ଖରାପ କହି ସ୍ମାର୍ଟ୍ ମିଟର ଲଗାଇ ଲୋକଙ୍କୁ ଠକୁଥିବା ନିଜର କୁ ଆସିଛି। ଆଜି ଜୟପୁର ପଞ୍ଚାୟତ ଅଧୀନ ପଢାଳ ଗ୍ରାମ ରେ ଦେଖିବାକୁ ମିଳିଛି। ମିଟର ଖରାପ କହି ଅର୍ଥ ଦଣ୍ଡ ପକାଉଛନ୍ତି ।ସଠିକ ସମୟରେ ପୈଠ ନ କଲେ ବିଦ୍ୟୁତ୍ ବିଚ୍ଛେଦ କରୁଛନ୍ତି ତତ୍ ସହିତ ପୋଲିସ ରେ ଦେବୁ କହି ଧମକାଉଛନ୍ତି। ଏତାଦୃଶ କାର୍ଯ୍ୟକୁ ଗ୍ରାମ ବାସୀ ବିରୋଧ କଲେ ବହୁ ସଂଖ୍ୟା ରେ ଉପସ୍ଥିତ ରହି ଗୁଣ୍ଡାରାଜ କରୁଛନ୍ତି। ସାଧାରଣତଃ ଗ୍ରାମାଞ୍ଚଳ କୃଷି ଉପରେ ନିର୍ଭରଶୀଳ ପୁରୁଷ ଶୂନ୍ୟ ଥିବା ଦେଖି ଯୋର ଜବରଦସ୍ତ ମିଟର ଖରାପ କହି ବଦଳାଉଛନ୍ତି ଏହା ନଜରକୁ ଆସୁଛି। ଉକ୍ତ ଅଞ୍ଚଳ ର କିଛି ଜନତା ଆମ ପ୍ରତିନିଧି ଆଗରେ ମନ୍ତବ୍ୟ ରଖିଛନ୍ତି। ଗ୍ରାମ ବାସୀ ବୟାନ ରଖିଛନ୍ତି ଏ ସରକାର ସତାକୁ ଆସିବା ଆଗରୁ ୩୦୦ ୟୁନିଟ୍ ବିଜୁଳି ମାଗଣା କହିଥିଲେ ଏଯାବତ୍ କାର୍ଯ୍ୟ କାରୀ କରୁନାହାନ୍ତି ଏବଂ ଟି.ପି.ଏସ.ଓ.ଡି.ଏଲ ର ମନମାନି କୁ ଜନତା କ୍ଷୁବ୍ଧ ହେଲେଣି ଏଥିପ୍ରତି ଧ୍ୟାନ ଦେଇ ସରକାର ବିହିତ ପଦକ୍ଷେପ ନେଲେ ଓଡ଼ିଶା ବାସୀ ଉପକୃତ ହେବେ।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ


More Stories
କାର୍ତିକ ପୁର୍ଣିମା ଉପଲକ୍ଷେ “କହିବି କାହାକୁ ଦୁଃଖ କାହାଣୀ” ନାଟକକୁ ଉଦଘାଟନ କଲେ କୋଦଳା ଅଧ୍ୟକ୍ଷ।
ଶନିଶ୍ଚର ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ
ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଦୁର୍ନୀତି ନିରାକରଣ ସଚେତନତା ଶୋଭାଯାତ୍ରା