ଧର୍ମଗଡ ( ଆମ ଓଡ଼ିଶା ଖବର) ଧର୍ମଗଡ଼ ବ୍ଲକ୍ ଛଞ୍ଚାଣ ଵାହାଳି ଠାରେ ମା ହାଟ ଗୋଷିଆଣି ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ମଙ୍ଗଲବାର ଦିନ ମହା ଆଡମ୍ବର ସହ ପାଳିତ ହୋଇଛି । ସକାଳୁ ଗ୍ରାମ ପୁଝାରୀ ରୀତିନୀତି ଓ ପରମ୍ପରା ଅନୁସାରେ ଦେବା ଦେବୀ ଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଅପରାହ୍ନ ସମୟରେ ନିମନ୍ତ୍ରିତ ହୋଇଥିବା ଆଖପାଖ ଅଞ୍ଚଳର ଦେବା ଦେବୀ ଙ୍କ ଲାଠି କୁର୍ସୀ, ଶିରା ଦେହରେ କାଲିଶି ଲାଗି ମଣ୍ଡେଇ ପଡିଆ ପହଞ୍ଚିବା ପରେ ଗ୍ରାମ ପୁଝାରୀ ଦେବା ଦେବୀ ଙ୍କ ପୂଜାର୍ଚ୍ଚନା ସହ ପାଛୋଟି ନେଇଥିଲେ । ଏହି ସମୟରେ ଭକ୍ତ ଶ୍ରଦ୍ଧାଳୁ ଦେବା ଦେବୀ ଙ୍କ ଶରଣାପନ୍ନ ହେବା ସହ ଆଶିର୍ବାଦ ଭିକ୍ଷା କରିଥିଲେ । ମାନସିକ ଧାରି ମାନେ କୁକୁଡ଼ା,ପାରା ,ଶୁକ୍ଳ ଭୋଗ ଦେଇ ଦେଇ ପୂଜାର୍ଚ୍ଚନା କରିଥିଲେ । ପରେ ସମସ୍ତ ଦେବା ଦେବୀ ଙ୍କ ଲାଠି କୁର୍ସୀ ମଣ୍ଡେଇ ପଡିଆ ପରିକ୍ରମା କରିବା ସହ ନିଜ ନିଜ ପୀଠ କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏଥିରେ ଦଶ ଖଣ୍ଡ ଗ୍ରାମର ୧୫ ଟି ଲାଠି କୁର୍ସୀ ଦେବୀ ଙ୍କ ନିମନ୍ତ୍ରଣ ରକ୍ଷା କରି ମଣ୍ଡେଇ ଯାତ୍ରା ରେ ସାମିଲ ହୋଇ ମଣ୍ଡେଇ ଉତ୍ସବ କୁ ସଫଳ କରିଥିଲେ । ରୋମଞ୍ଚଳ ଗୋପାଲ, ଡଙ୍ଗର ବଛା, ଖଗେଶ୍ବର ପୁଝାରୀ, ପ୍ରଭାକର ଭାଇଁସାଲ୍, ପବିତ୍ର ନାଗ, ଉଦ୍ଧବ ଜାଲ ପ୍ରମୁଖ ଗ୍ରାମବାସୀ ଯାତ୍ରା କୁ ସଫଳ କରିବାରେ ସହଯୋଗ କରିଥିଲେ ।
ମା ହାଟ ଗୋଷିଆଣି ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ପାଳିତ ।

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l