ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର )ଡେ଼ଲାଙ୍ଗ ତା ୨୯-୦୫-୨୫ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଛତାବର ସ୍ଥିତ ବାରୁରୀବନ୍ଧୁ ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ତଥା ସମ୍ପାଦକ ସ୍ୱର୍ଗତ ରାଜକିଶୋର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକ ସଭା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ । ଅନୁଷ୍ଠିତ ସଭାରେ ଚନ୍ଦ୍ର ଶେଖର ପଟ୍ଟନାୟକ, ରବୀନ୍ଦ୍ର ନାଥସ୍ୱାଇଁ , ଶ୍ରୀହର୍ଷ ମହାପାତ୍ର, ଅଶୋକ କୁମାର ଓଝା, ସୁଧୀର କୁମାର ପଟ୍ଟନାୟକ, ପ୍ରଗତି ଦାସ, ଅନୁପମା ମଲ୍ଲିକ, ହେମନ୍ତ ଶତପଥୀ, ସମୀର ଜେନା, ଦିବ୍ୟସ୍ମିତା ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପ୍ରଧାନଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।
ଡେ଼ଲାଙ୍ଗ /ଜଟଣୀରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l