ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ବହୁ ଚର୍ଚ୍ଚିତ ମୌସୁମୀ କିଛିଦିନ ପାଇଁ ବିରତି ନେଲା। ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସୁ ଆସୁ ବର୍ଷାରେ ଲାଗିବ ବଡ଼ ବ୍ରେକ୍। ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ନିଷ୍କ୍ରିୟ ରହିବା ସହ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ଫଳରେ ଚଳିତ ବର୍ଷ ଆଗୁଆ ମୌସୁମୀ ଆସିଥିଲେ ମଧ୍ୟ ପୂର୍ବ ଭଳି ଜୁନ୍ ୧୦ ପରେ, ରଜ ବେଳକୁ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି। ସୂଚନା ଅନୁଯାୟୀ, ଆରବ ସାଗରରେ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶିଥିଳ ହୋଇଛି। ଚଳିତ ବର୍ଷ ମୌସୁମୀ ବହୁ ଆଗରୁ ଅର୍ଥାତ ୨୪ ମେ’ରେ କେରଳ ଛୁଇଁଥିଲା। ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ, ଓଡ଼ିଶା ଆଡ଼କୁ ଟାଣି ଆଣିବାରେ ସକ୍ଷମ ହୋଇଥିଲା।ଯେହେତୁ ରାଜ୍ୟରେ ସ୍ୱାଭାବିକଠାରୁ ଦୁଇ ସପ୍ତାହ ଆଗରୁ ମୌସୁମୀ ଆସିଥିଲା। ଲଘୁଚାପର ପ୍ରଭାବରୁ ବାଧାପ୍ରାପ୍ତ ହୋଇ କମିବାରେ ଲାଗିଛି ମୌସୁମୀ। ତାହାସହିତ ମୌସୁମୀ ପ୍ରଭାବ ଶିଥିଳ ହୋଇଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l