ଯାଜପୁର /ଆମ ଓଡିଶା ଖଵର (ସ୍ମୃତିରେଖା ମଲ୍ଲିକ) : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସୋଲର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭେଇ ଗ୍ରାମରେ, କୁମ୍ଭେଇ ଗ୍ରାମବାସୀ ଓ ଛତିଆ ସମାଜସେବୀ ସଂଗଠନ ପରିବାର ସଦସ୍ୟ ମାନଙ୍କ ମିଳିତ ସହଯୋଗରେ ମା ଚେଙ୍ଗବାଇ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଗତ ୧ ତାରିଖ ରବିବାର ସକାଳ ଠାରୁ ଆରମ୍ଭ ହୋଇ ସନ୍ଧ୍ୟାରେ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି,ମାଆଙ୍କ ପାଖରେ ସମର୍ପିତ ମନ ଭାବ ରଖି କର୍ତ୍ତା କର୍ତ୍ତୀ ଭାବରେ ବଲ୍ହବ ଦାସ ଓ ତାଙ୍କ ଧର୍ମପତ୍ନୀ ରଶ୍ମି ଦାସ ଉପବେସନ ହୋଇଥିବା ବେଳେ,ପଣ୍ଡିତ ତାପସ କୁମାର ପାଢ଼ୀ,ମାନସ କୁମାର ପାଢ଼ୀ,ତୁପ୍ତି ରଞ୍ଜନ ଦାସଙ୍କ ମନ୍ତ୍ରୋଚାରଣରେ ପୀଠସ୍ଥଳୀରେ ଭାବମୟ ପରିସ୍ଥିତି ସୃଷ୍ଟି ହୋଇଥିଲା,ଏହି ଉତ୍ସବରେ ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ନେଳିଆ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ସ୍ୱାଇଁ,ସୋଲର ପଞ୍ଚାୟତର ପୂର୍ବତନ ସରପଞ୍ଚ ନୀଳମଣୀ ରାଉତ ଓ ଆଖ ପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ମାଆଙ୍କ ପୀଠ ସ୍ଥଳୀରେ ଉପସ୍ଥିତ ରହି ଆଶୀର୍ବାଦ ଭିକ୍ଷା କରିଥିଲେ,ଏହି କାର୍ଯ୍ୟକ୍ରମରେ ଛତିଆ ସମାଜ ସେବୀ ସଂଗଠନର ସଭାପତି ସୌମ୍ୟରଞ୍ଜନ ବେହେରା,ମୁଖ୍ୟ ପରିଚାଳକ ସନ୍ତସ କୁମାର ପ୍ରଧାନ, ଉପ ସଭାପତି ନୃସିଂହ ଚରଣ ରାଉତ, ହୃଷିକେଶ ସେଠୀ, ଦୟାନିଧି ବିଶ୍ୱାଳ, ଅବିନାଶ ପଣ୍ଡା, ଶିଶିର କୁମାର ରାଉତ, ମାନସ କୁମାର ରାଉତରାୟ,ରଞ୍ଜନ କୁମାର ସିଂ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ.।
ମା ଚେଙ୍ଗବାଇ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା.

More Stories
ଆମ ସଂକଳ୍ପ ସଚେତନତା ରଥ ର ଶୁଭାରମ୍ଭ
ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ଏକ ସାମାଜିକ ଦାୟିତ୍ୱ।
ଯାଜପୁରର ବିକାଶ ପାଇଁ ଉଭୟ ନେତା ଏକାଠି।