ପୁରୀ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଆୟବର୍ହିଭୂତ ସମ୍ପତ୍ତିରେ ଦୁର୍ନୀତି ବିଭାଗର ପଡ଼ିବକି ନଜର ….

ପୁରୀ ଜିଲ୍ଲା (ଆମ ଓଡିଶା ଖବର): ପୁରୀ ମ୍ୟୁନିସପାଲିଟି କାର୍ଯ୍ୟାଳୟରେ ବର୍ତମାନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦାଇତ୍ୱ ଗ୍ରହଣ କରିବା ପରେ  ପୁରୀ ମୁନିସିପାଲିଟି  ଏରିଆରେ ବିନା ଅନୁମତିରେ ହଜାର ହଜାର  ହୋଟେଲ , ହଲିଡେ ହୋମ ହୋଇଛି । ଏବେବି ପୁରୀ ସହରର୍ ଗଳି କନ୍ଦିରେ ବିନା ପାର୍କିଙ୍ଗରେ ସହ ସହ ହୋଟେଲ ହଲିଡେ ହୋମ କାମ ଚାଲିଛି ।ଏ ବିଷୟରେ ଗଣମାଧ୍ୟମ ପ୍ରତିନିଧି ମୁନିସିପାଲିଟି ଅଫିସରଙ୍କୁ ପଚାରିବାରେ! ଅଫିସର କୁହନ୍ତି ମୁଁ କଣ ଡୋଜର୍ ଲଗାଇ ଭାଙ୍ଗି ଦେବିକି ତୁମ କଥାରେ ? ପ୍ଲାନିଂ କହିଛନ୍ତି କରନ୍ତୁ ; ହେଲା ପରେ ଆଇନ ଅନୁଯାଇ ଡୋଜର୍ ଲଗାଇ ଭାଙ୍ଗି ଦେବା । ସବୁଠାରୁ ବଡ ବିଷୟ ହେଲା ବିଧବା ଆଶ୍ରମ ଛକ ଠାରେ ସରକାରୀ ଜାଗାରେ ପୁରୀ ମୁନିସିପାଲିଟିର ତହସିଲ ପୁରୀ ଖାତା ନଂ ୧୧ ପ୍ଲଟ ନଂ ୭୯ ଏରିଆ  ୦୭୦ ଥାନା ବଳିଆ ପଣ୍ଡାରେ ୮ମହଲା କୋଠା ଏବଂ ତିଆଡି ସାହି କାମାକ୍ଷା ପାଖ ସରକାରୀ ଜାଗାରେ ଏକ ବିରାଟ କାୟ ୪ ମହଲା ବିଶିଷ୍ଟ କୋଠା  ଯାହାକି ପୁରୀ ତହସିଲ ,ଖାତା ନଂ ୮୩୭, ପ୍ଲଟ ନଂ ୪୭୧ ମାଲିକାନା,ଜାଗା କିସମ୍, ଏରିଆ କିଛି କାଗଜପତ୍ର ନ ଥିବା ସତ୍ୱେ କିପରି ଏତେବଡ କୋଠା ନିର୍ମାଣ ଚାଲିଛି ତାହା ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ଚର୍ଚ୍ଚା ହେଉଛି ଯେ  ବାସ୍ତବରେ ଏହି ଅଫିସର ମାନେ ଲକ୍ଷ୍ଯ ଲକ୍ଷ୍ଯ  ଟଙ୍କା ନେଇ ନିଜ ପକେଟ ଗରମ କରି ଆଖି ବୁଜି ବସିବା ଆଶ୍ଚର୍ଯ୍ୟାନ୍ୱିତ ଲାଗୁଛି । ବର୍ତମାନର ମୁନିସିପାଲିଟି ଅଫିସର ଆଗରୁ ଇନକରେଜ୍ ମେଣ୍ଟ ଅଫିସର  ଥିଲେ । ତେଣୁ ପୁରୀର୍ କିଛି ଅସାଧୁ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଥିବାରୁ  ସେମାଙ୍କ ଠାରୁ ମୋଟା ଆକାରରେ ଟଙ୍କା ନେଇ  ସେମାନଙ୍କୁ ସୁରକ୍ଷା ଦେବା ସହିତ  ପୁରୀ ସାହି ଗଳି କନ୍ଦିରେ ଛତୁ ଫୁଟିଲା ପରି ହୋଟେଲ ହଲିଡେ ହୋମ ଓ ଆପାଟମେଣ୍ଟ ଗଢି ଉଠିବା ଦ୍ଵାରା ଜନସାଧାରଣ ନାହି ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ବାସ୍ତବରେ ଓଡିଶାର ବିଜେପି ସରକାରଙ୍କ୍  ଦୁର୍ନୀତି ନିବାରଣ ବିଭାଗର ନଜର କେବେ ପଡିବ । ଏହି ଦୁର୍ନୀତି ଗସ୍ତ ଅଫିସରଙ୍କ ଉପରେ ? । ସେହିପରି ସରକାରଙ୍କ ଅଜବ ନୀତିରେ ସାଧାରଣତଃ ଗରିବ ଲୋକଙ୍କୁ ବେବନ୍ଦବସ୍ତ୍ ଜାଗାରେ ଘର ଥିବାରୁ ସେମାନଙ୍କୁ ଇଲେକ୍ଟ୍ରି ସଂଯୋଗ ମିଳୁ ନଥିବା ବେଳେ ସରକାରୀ ଜାଗାଗରେ ବିରାଟ ହୋଟେଲ , ଲାଜକୁ କିପରି ଇଲେକ୍ଟ୍ରୀ ସଂଯୋଗ କିପରି ଦିଆଯାଉଛି ତାହା ଆଶ୍ଚର୍ଯ୍ୟ କରୁଛି। ଇଲେକ୍ଟ୍ରି ଉଚ ଅଧିକାରୀଙ୍କୁ ପଚାରି ବାରେ  ଅଫିସର କୁହନ୍ତି ଆମକୁ ପୁରୀ  ଜିଲ୍ଲାର ମୁଖିଆ ମାନଙ୍କର ନିର୍ଦ୍ଦେଶ ରହୁଛି ଆମେ କଣ କରିବୁ କହି ନିଜକୁ ଏଡାଇଦେଉଛନ୍ତି । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି ।

ପ୍ରସନ୍ନ କୁମାର ସ୍ବାଇଁ , ପୁରୀ

error: Content is protected !!