ଆଦର୍ଶ ପ୍ରଧାନ ଶିକ୍ଷକ ରମେଶ ପ୍ରଧାନଙ୍କୁ ଅବସର ସମ୍ବର୍ଦ୍ଧନା।    

ପୁରୀ ଜିଲ୍ଲା (ଆମ ଓଡିଶା ଖବର )ଡେଲାଙ୍ଗ ତା ୬-୬-୨୫ ଡେ଼ଲାଙ୍ଗ ବ୍ଲକ ଅନ୍ତର୍ଗତ ରେଞ୍ଚ ଗ୍ରାମ ପଞ୍ଚାୟତ ଅଧୀନ ପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନଙ୍କ ଅବସରକାଳୀନ  ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷାବିତ୍ ଦିଗମ୍ବର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ  ବ୍ଲକ ଶିକ୍ଷାଧିକାରୀ ଶତୃଘ୍ନ ବେହେରା, ପ୍ରାକ୍ତନ ବିଇଓ ଯୁଧିଷ୍ଠିର ପରିଡ଼ା, ଏବିଇଓ  ଲକ୍ଷ୍ମଣ ପ୍ରଧାନ, ସୁଷମା ଦାଶ, ସଂଯୁକ୍ତା କୁମାରୀ ମିଶ୍ର, ଶିକ୍ଷକ ସଂଘ ସଂପାଦକ ପ୍ରଶାନ୍ତ ଦାଶ,ଗୋପାଳ ମହାପାତ୍ର, ପବିତ୍ର ଜେନା,ସନ୍ତୋଷ ମିଶ୍ର, ନାଟ୍ୟକାର ଶ୍ରୀଧର ପ୍ରଧାନ, ଶିକ୍ଷାବିତ୍ ଗୁରୁ ଚରଣ ବଳ, ରାଜକିଶୋର ପ୍ରଧାନ,ପ୍ରସନ୍ନ ବେହେରା, ମଙ୍ଗୁଳି ପରିଡ଼ା , ଶିକ୍ଷୟିତ୍ରୀ ରୁନୁବାଳା ମହାପାତ୍ର,ରମାମଣି ପ୍ରଧାନ ପ୍ରମୁଖ ଯୋଗଦେଇ ଶିକ୍ଷକଙ୍କ ଶୃଙ୍ଖଳିତ ଆଚରଣ ,ବଳିଷ୍ଠ ନେତୃତ୍ୱ, ନିଷ୍ଠାପର କର୍ମ  ଓ ନିଜର ବିଶାଳ ହୃଦୟ ପାଇଁ ପାଇଁ ସେ ସମସ୍ତଙ୍କର ସ୍ମରଣୀୟ ହୋଇ ରହିବେ ବୋଲି କହି ବିଦ୍ୟାଳୟର ପାଇଁ ସମସ୍ତଙ୍କର ସହଯୋଗ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ।ସିଆରସିସି  ଦୁର୍ଯ୍ୟୋଧନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସହକାରୀ ଶିକ୍ଷକ ତ୍ରିନାଥ ସେଠୀ ଓ ଶିକ୍ଷକ ଚକ୍ରଧର ମହାପାତ୍ର ସଭା ପରିଚାଳନା କରିଥିଲେ। ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ପକ୍ଷରୁ ମାନପତ୍ର, ଉତ୍ତରୀୟ ପ୍ରଦାନ ପୂର୍ବକ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।କମିଟି ସଭାପତି ଚକ୍ରଧର ରାଉତରାୟ, ଶିକ୍ଷୟିତ୍ରୀ ମମତା ପ୍ରଧାନ, ଦ୍ରୌପଦୀ ସ୍ଵାଇଁ,ମୀନା ଦେଇ, କଳ୍ପନା ବିଶ୍ବାଳ,ଗୋପକୃଷ୍ଣ  ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷକ ଅଭୟ ଚରଣ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ତାଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା ପୂର୍ବକ ଆବେଗପୂର୍ଣ୍ଣ ବିଦାୟ ଦିଆଯାଇଥିଲା। ଉତ୍ସବରେ ବିଦାୟୀ ଶିକ୍ଷକ ଶ୍ରୀ ପ୍ରଧାନଙ୍କର ପରିବାରବର୍ଗ ମଧ୍ଯ ସାମିଲ୍ ହୋଇଥିଲେ।ଶିକ୍ଷା କାର୍ଯ୍ୟାଳୟ ତରଫରୁ ସଭାରେ ତାଙ୍କୁ ପୂର୍ଣ୍ଣାଙ୍ଗ ଅବସର କାଳୀନ ଭତାର ବିଭାଗୀୟ ପତ୍ର ପ୍ରଦାନ କରାଯାଇଥିଲା।      ଡେ଼ଲାଙ୍ଗ/ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।

error: Content is protected !!