ପରୋପକାରୀ ଶଙ୍କରଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ।


ପୁରୀ ଜିଲ୍ଲା (ଆମ ଓଡିଶା ଖବର )ଡେଲାଙ୍ଗ  ତା ୦ ୭ -୦୬-୨୫ ଜଟଣୀ ଉପକଣ୍ଠ ବଡ଼ତୋଟା ବେଲପଡ଼ା ହାଇସ୍କୁଲର ୧୯୮୦ ରୁ ନିଯୁକ୍ତ ପ୍ରଥମ ୪ର୍ଥ ଶ୍ରେଣୀ କର୍ମଚାରୀ ଶଙ୍କର ସାହୁ ଦୀର୍ଘ ୧୦ବର୍ଷ ଧରି ଅବୈତନିକ ଭାବେ ସକାଳୁ ସଂଜ ଯାଏ ବିଦ୍ୟାଳୟର ସ୍ୱଚ୍ଛତା, ଜଳଯୋଗାଣ, ବୃକ୍ଷରୋପଣ ତଥା କାର୍ଯ୍ୟାଳୟରେ ସହଯୋଗରେ ଜଣେ ଆଦର୍ଶ କର୍ମଚାରୀ ଭାବେ ସର୍ବତ୍ର ଜଣାଶୁଣା । ଶାରୀରିକ ଅସୁସ୍ଥତା ନେଇ ୬୮ ବର୍ଷ ବୟସରେ  ଦେହ ତ୍ୟାଗ କରିଥିଲେ  । ତାଙ୍କର ଏକାଦଶାହରେ  ଶିକ୍ଷାବିତ୍‌ ଜବାହରଲାଲ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥିଭାବେ ବେଗୁନିଆ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ଆମରିସତ୍ୟ ପ୍ରତିଷ୍ଠାତା ଡ.ପ୍ରମୋଦ ଚନ୍ଦ୍ର ଦାସ ଯୋଗଦେଇ ଶଙ୍କରଙ୍କ ପରି ଆଦର୍ଶ ମଣିଷ ତଥା ସଚ୍ଚୋଟ ବ୍ୟକ୍ତି ସମାଜରେ ପୂଜା ପାଆନ୍ତି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପାଲାକାର ତଥା ଅବସରପ୍ରାପ୍ତ ପଣ୍ଡିତ ରମାକାନ୍ତ ମିଶ୍ର ପଦବୀ ଛୋଟ ନୁହେଁ ବରଂ ଉତ୍ତମ ସେବା ଓ ଦେଶ ପ୍ରେମଦ୍ୱାରା ଅନ୍ୟମାନଙ୍କ ହୃଦୟ ଜିଣିବୋଲି ହୁଏ କହିଥିଲେ । ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ପ୍ରବଚକ କାଶୀନାଥ ଦାସ ଦୀର୍ଘ ତିନିଦଶଦ୍ଧିରୁ ଉଦ୍ଧ୍ୱର୍ ଶଙ୍କରଙ୍କ ସେବା, ତ୍ୟାଗ ଓ ମଣିଷପଣିଆ କାର୍ଯ୍ୟ ସପକ୍ଷରେ କହିଥିଲେ । ଅନ୍ୟାନ୍ୟ ଅତିଥିଭାବେ ହାଇସ୍କୁଲ ପ୍ରଧାନଶିକ୍ଷକ ଉଗ୍ରସେନ ସୁନ୍ଦରାୟ, ପାଲାକାର ଶକ୍ତିଧର ମହାପାତ୍ର, ସମାଜସେବୀ ରସିକ ମହାପାତ୍ର, ପଣ୍ଡିତ୍‌ ପଦ୍ମନାଭ ପାଣିଗ୍ରାହୀ, ବାମପନ୍ଥୀ ନେତା ସାରଙ୍ଗଧର ବେହେରା, ଅଧ୍ୟାପକ ସାରଙ୍ଗଧର ମହାପାତ୍ର, ପ୍ରତାପଚନ୍ଦ୍ର ବାରିକ, ଜଗଦୀଶ ପଟ୍ଟନାୟକ, ପ୍ରଧାନଶିକ୍ଷକ ସଚ୍ଚିଦାନନ୍ଦ ମହାଖୁଡ଼, ଶିକ୍ଷୟତ୍ରୀ ଅନସ୍ୱୟା ସାହୁ ,ଗଜେନ୍ଦ୍ର ମହାପାତ୍ର, ସନ୍ତୋଷ ପୃଷ୍ଟି, କିଶୋର ପାଇକରାୟ ଆଦି ନିଜ ନିଜ ବ୍ୟକ୍ତବ୍ୟ ରଖିଥିଲେ । ଶୋକସଭାରେ ଗ୍ରାମର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ପରିଶେଷରେ ପୁତ୍ର ପ୍ରକାଶ, ରମାକାନ୍ତ ଓ ସୁରେଶ ସାହୁ ନିଜ ବକ୍ତବ୍ୟ ରଖି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କୁ ମହାପ୍ରସାଦ ସେବା କରାଇଥିଲେ ।
ଡେ଼ଲାଙ୍ଗ/ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।

error: Content is protected !!