ରିପୋର୍ଟ :ଞାନ ରଞ୍ଜନ ଦାଶ
ଖୋର୍ଦ୍ଧା(ଆମ ଓଡ଼ିଶା ଖବର)ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଉଇଲଲକିଶନ ନଗର ଅଙ୍ଗନବାଡି କେନ୍ଦ୍ର ଠାରେ ଅଙ୍ଗନବାଡି କର୍ମୀ ମିନତୀ ତ୍ରିପାଠୀ ଙ୍କ ଆୟୋଜନ ରେ ଗ୍ରାମର -୧୫ ରୁ ୧୯ ବର୍ଷ ର କିଶୋରୀ ବାଳିକାଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ରେ ପୃଷ୍ଟି କର ଖାଦ୍ୟ ବଣ୍ଟନ କରାଯାଇଥିଲା।ଆଜି ମୋଟ ୧୯ ଜଣ ଙ୍କୁ ଏହି ଖାଦ୍ୟ ପ୍ୟାକେଟ ବଣ୍ଟନ ହୋଇଥିଲା।ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ଵାରା କାର୍ଯ୍ୟକାରିତା ହୋଇଥିବା ଏହି ଯୋଜନାରେ କିଶୋରୀ ବାଳିକା ମାନ ଙ୍କୁ ଭବିଷ୍ୟତରେ ଯେଭଳି ଅପପୃଷ୍ଟି ଜନିତ ବା ପୃଷ୍ଟିକର ଖାଦ୍ୟ ଜନିତ କୌଣସି ରୋଗ ବା ସମସ୍ୟା ସୃଷ୍ଟି ନ ହେଉ ସେଥିପାଇଁ ମାସକୁ ଥରେ ଅଣ୍ଡା,ମୁଢି,ବୋଟ ଆଦି ପ୍ରଦାନ କରାଯାଉଛି।ସରକାରଙ୍କ ଏଭଳି ଯୋଜନା ଦ୍ୱାରା ଗାଁ ଗହଳିର କିଶୋରୀ ବାଳିକା ମାନେ ବେଶ ଖୁସି ହୋଇଥିବା ବେଳେ ସରକାର ଙ୍କ ଏଭଳି ପ୍ରୟାସ କୁ ବିଭିନ୍ନ ସ୍ତରରେ ସ୍ୱାଗତ କରିଛନ୍ତି।ଆଜି ଅଙ୍ଗନବାଡି କର୍ମୀ ମିନତୀ ତ୍ରିପାଠୀ ଙ୍କ ସହିତ ସହାୟିକା ଲତା ବିଶ୍ୱାଳ ଉପସ୍ଥିତ ରହି ଏହି ଯୋଜନା ବା ଖାଦ୍ୟ ଉପରେ ଉପସ୍ଥିତ କିଶୋରୀ ବାଳିକାଙ୍କୁ କହିବା ସହିତ ଏହି ଖାଦ୍ୟ ସଠିକ ଉପାୟ ରେ ଖାଇବାକୁ ପରାମର୍ଶ ଦେଇଥିଲେ।


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ