(ଆମ ଓଡ଼ିଶା ଖବର) ଚାରିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଭାରତର ମହାମହୀମ ରାଷ୍ଟ୍ରପତି ତଥା ଓଡିଶାର ଝିଅ ଶ୍ରୀମତୀ ଦ୍ରୌପଦି ମୁର୍ମୂ । ଶ୍ରୀମତୀ ମୁର୍ମୂ ଗତକାଲି ଉତ୍କଳ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଜର ଅଭିଭାଷଣ ଦ୍ଵାରା ପ୍ରେରତି କରିଥିଲେ। ଏହି ଅବସରରେ ରାଜ୍ୟର ବିଭିନ୍ନ ଶିକ୍ଷାବିତମାନଙ୍କ ସହ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଉପସ୍ଥିତ ଥିଲେ। ଅଭିଭାଷଣ ପରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ଉକ୍ତ ସମୟରେ ବାଲୁଗାଁ ବାଣପୁର ପ୍ରସିଦ୍ଧ ଇଂରାଜି ଅଧ୍ୟପାକ ଶ୍ରୀ ପ୍ରସାନ୍ତ ଦାସଙ୍କ ପୁଅ ଡାକ୍ତର ଆଭାସ୍ ଦାସ ମହାମହୀମ ରାଷ୍ଟ୍ରପତିଙ୍କଠାରୁ ନିଜର ଦକ୍ଷତା ପାଇଁ ସ୍ଵର୍ଣ୍ଣପଦକ ହାସଲ କରିଥିବା ଦେଖିବାକୁ ମିଳିଛି। ସାରା ରାଜ୍ୟରେ ବିଡିଏସ୍ ରେ ପ୍ରଥମ ସ୍ଥାନ ଅଧିକାର କାରିଥିବାବେଳେ ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମେଡିକାଲ୍ କଲେଜ କଟକର ଚତୁର୍ଥବର୍ଷର ଛାତ୍ର ରୂପେ ନିଜର ଦକ୍ଷତାକୁ ସୁଦୃଢ କରିଚାଲିଛନ୍ତି।
ବାଲୁଗାଁ ଅଞ୍ଚଳରେ ପ୍ରଥମ ଛାତ୍ର ଯିଏକି ରାଷ୍ତ୍ରପତିଙ୍କଠାରୁ ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି। ଡାକ୍ତର ଆଭାସଙ୍କ ଏଭଳି ମହନୀୟତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସୀର ମାହୋଲ ପରିଲକ୍ଷିତ ହୋଇଛି।


More Stories
ଯୁକ୍ତ ଦୁଇ ପରୀକ୍ଷାରେ ସଫଳତା ପାଇଲେ ହିମାଂଶୁ
ଜଣାଶୁଣା ସମାଜସେବୀଙ୍କ ପରଲୋକ
ସାରା ରାଜ୍ୟରେ ମଇ ୨୦ ତାରିଖରେ ସମସ୍ତ ମେଡିସିନ ଦୋକାନ ବନ୍ଦ ରହିବ।