ଢେଙ୍କାନା(ଆମ ଓଡ଼ିଶା ଖବର )ମହାନ ଜନ ନାୟକ, ପ୍ରବାଦ ପୁରୁଷ, କଳିଙ୍ଗର ବରପୁତ୍ର, ଜଣେ ସାଲିସ ବିହିନ ରାଷ୍ଟ୍ରନୀତିଜ୍ଞ, ଓଡିଆ ମାନଙ୍କର ସ୍ବାଭିମାନର ପ୍ରତିକ, ପ୍ରତ୍ୟଳ ଓଡିଆର ଘରେ ଘରେ ପରିଚିତ ଏବଂ ସମସ୍ତ ଓଡିଶା ବାସୀଙ୍କର ଅତିପ୍ରାୟ ଥିଲେ ବିଜୁବାବୁ । ତାଙ୍କର ଅନେକଗୁଡିଏ ଅଭୂଲା କଥା ଆଜିବି ମନେପଡିଯାଉଛି I ତାଙ୍କ ଭିତରେ ଜାତି, ଗୋତ୍ର, ଛୁଆଁ ଅଛୁଆଁର ଭେଦଭାବ ନଥିଲା। କେବଳ ଥିଲା ମଣିଷପାଇଁ ସ୍ନେହ ଓ ଶ୍ରଦ୍ଧା । ଆଜି ସେହି ମହାନ ପୁରଷଙ୍କର ୧୦୮ତମ ଜନ୍ମ ଜୟନ୍ତୀରେ ରାଜ୍ୟ ସରକାର ତାଙ୍କର ଏହି ଜନ୍ମ ଜୟନ୍ତୀକୁ ପଞ୍ଚାୟତରାଜ ଓ ଲୋକସେବା ଦିବସ ଭାବେ ପାଳନ କରୁଛନ୍ତି । ପଞ୍ଚାୟତରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାପାଇଁ ‘ମୋ ସରକାର’ ଓ ‘ଆମ ଓଡିଶା ନବୀନ ଓଡିଶା’ ଭଳି ଅନେକ କାର୍ଯ୍ୟକ୍ରମ ଦ୍ଵାରା ବିଭିନ୍ନ ପଦକ୍ଷେପ ନିଆଯାଇଛି । ଗଣତନ୍ତ୍ରରେ ଲୋକ ମାନଙ୍କୁ ସବୁବେଳେ ବିଜୁ ବାବୁ ଗୁରତ୍ବ ଦେଉଥିଲେ ବୋଲି ଆଜି ୧୨ଘଟିକା ସମୟରେ ଢେଙ୍କାନାଳ ଆରଟିଓ ଅଫିସ ନିକଟସ୍ଥ ପୌର ପରିଷଦର ନୂତନ ଭାବେ ନିର୍ମାଣ କରାଯାଇଥିବା ଅଡିଟରିୟମରେ ଠାରେ ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟକାରି ସଭାପତି ଦେବୀପ୍ରସାଦ ଭୂତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ୧୦୮ତମ ବିଜୁ ଜୟକ୍ତି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଢେଙ୍କାନାଳ ବିଧାୟକ ସୁଧର କୁମାର ସାମଲ କହିଛନ୍ତି । ଏହି ଜୟନ୍ତୀ ଉତ୍ସବରେ ଉଦ୍ଘାଟକ ଭାବେ ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ଯୋଗ ଦେଇ ବିଜୁ ବାବୁଙ୍କର ଯୁବକ ସମୟର କଥାକୁ ମନେ ପକାଇ ତାଙ୍କର ସାହାସିକତା ଓ ରାଜନୈତିକ ଜୀବନର ସଂଘର୍ଷମୟ କଥା କୁ ବଖାଣି ଥିଲେ । ବିଜୁବାବୁ ମହିଳମାନଙ୍କ ନିମନ୍ତେ ୩୩% ଆସନ ସଂରକ୍ଷିତ ରଖିବା ପାଇଁ ଏକ ଐତିହାସିକ କଥା ଉପସ୍ଥାପନା କରି ସମଗ୍ର ଭାରତ ବର୍ଷରେ ସୁନାମ ଆଣଥିବା କଥା କହିଥିଲେ । ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ନିର୍ବାଚନମଣ୍ଡଳିର ନବ ନିଯୁକ୍ତ ସଂଯୋଜକ ଅମରଜିତ ସେନାପତି ଯୋଗଦେଇ ବିଜୁବାଙ୍କର ସ୍ଵପ୍ନର ଓଡିଶା ଗଠନରେ ତାଙ୍କର ସୁପୁତ୍ର ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି କାର୍ଯ୍ୟର କଥାକୁ କହିବା ସହ ସରକାର ବିଭିନ୍ନ ଯୋଜନା ଗୁଡିକର ଉପକାରିତା ସାଧାରଣ ଲୋକମାନଙ୍କ ନିକଟରେ ପହଞ୍ଚାଇ ସେମାନଙ୍କର ସେବା କରିବା ସହ ଆଜିର ଦିନରେ ଓଡିଶା ସବୁ କ୍ଷେତ୍ରରେ ଆଗୁଆ ଭାବେ ନିଜକୁ ପ୍ରତିଷ୍ଠିତ କରି ଏକ ବଳକା ରାଜ୍ୟରେ ପରିଣତ ହୋଇଛି ବୋଲି କହିବା ସହ ଏହି କଥାକୁ ତୃଣମୁଳ ସ୍ତରରେ ପହଞ୍ଚାଇବାକୁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସେଠାରେ ଉପସ୍ଥିତ ସମସ୍ତ ସଦସ୍ୟ ଏକ ‘ସମୃଦ୍ଧ’, ‘ସଶକ୍ତ’, ‘ ନବିନ ଓଡିଶା ଗଠନ ନିମନ୍ତେ ଅଙ୍ଗୀକାରବଦ୍ଧ ହୋଇ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ବିଧାୟକ ସୁଧର ସାମଲ ଶପଥ ପାଠ କରାଇଥିଲେ ।
ସେହିପରି ସକାଳ ୮ଘଟିକା ସମୟରେ ରଥଗଡା ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂ ରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବୀପ୍ରସାଦ ଭୂତିଆଙ୍କ ନେତୃତ୍ବରେ ମାଲ୍ୟାର୍ପଣ କରାଯାଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଲୟରେ ଫଳ ବଣ୍ଟନ କରାଯାଇଥିଲା। ପରେ ଗନ୍ଦିଆ ଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବିଧାୟକଙ୍କ ଗନ୍ଦିଆ ପ୍ରତିନିଧ ନିରାକାର ରାଉତଙ୍କ ନେତୃତ୍ୱରେ ଆସି ଢେଙ୍କାନାଳ ଠାରେ ଅନୁଷ୍ଠିତ ହେଉଥିବା ସଭାସ୍ଥଳରେ ପହ ଥିଲା । ଏହି ସଭାରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରୋତ୍ତମ ସାହୁ, ଢେଙ୍କାନାଳ ଜିଲ୍ଲାପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ରାଜ୍ୟ ମହିଳା ଉପ-ସଭାପତି ସାଇଶ୍ରୀ ପଟ୍ଟନାୟକ, ବିଜେଡି ଜିଲ୍ଲା ମହିଳା ସଭାପତି ସାଗରୀକା ମିଶ୍ର, ବିଜେଡି ଜିଲ୍ଲା ଛାତ୍ର ସଭାପତି ସୁରଜ ମହାପାତ୍ର, ବିଜେଡି ଜିଲ୍ଲା ଉପ-ସଭାପତି ଲକ୍ଷ୍ମୀଧର ସାହୁ, ଢେଙ୍କାନାଳ ଉପ- ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ସଦର ବ୍ଳକ ଅଧ୍ୟକ୍ଷା ରାଜଶ୍ରୀ ନାୟକ, ଲିଗାଲ ସେଲ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ପାତ୍ର, ଯୁବ ନେତା ଶ୍ରୀକାନ୍ତ କୁମାର ଧଳ, ଜିଲ୍ଲା ସମ୍ପାଦକ ଗଙ୍ଗାଧର ରାଉତ, ମାନସ ମହାରଣା, ରଞନ ନାୟକ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ କୁଲଦିପ ମହାପାତ୍ର, ଗଁନ୍ଦିଆ ଯୁବ ବିଜେଡି ସଭାପତି ପ୍ରତିପ କୁମାର ରାଉତ, ଗଁନ୍ଦିଆ ବ୍ଲକ ବିଜେଡି ସଭାପତି ବିଶ୍ଵନାଥ ଜେନା, ସଦର ବ୍ଳକ ଯୁବ ବିଜେଡି ସଭାପତି ଯଶେଷ ସାହୁ, ମହିଳା ସମ୍ପାଦିକା ଉର୍ବଶି ମହାପାତ୍ର, ମହିଳା ସମ୍ପାଦିକା ତିଲୋତମା ଚୌଧୁରୀ, ମହିଳା ନଗର ସଭାନେତ୍ରୀ ଶୁଭଲକ୍ଷ୍ମୀ ସାହୁ, ମାମିନା ଦିକ୍ଷିତ, କାଉନସିଲର ଲିପିକା ଦାସ ଅଭିମନ୍ୟୁ ପଣ୍ଡା, ସନ୍ଦପ ଷଡଙ୍ଗୀ, ମହମ୍ମଦ ସାଗିର, ବ୍ରହ୍ମାନନ୍ଦ ମଲ୍ଲିକ, ଦିପ୍ତିରଞନ ସେଠୀ, ବିଧାୟକଙ୍କ ପ୍ରତିନିଧ ଅଜୟ କୁମାର ଭଞ, ଯୁବ ବିଜେଡି ନଗର ସଭାପତି ବ୍ରହ୍ମାନନ୍ଦ ସାହୁ, ସଞ୍ଚିବ ମଲ୍ଲିକ, ରାଜୁ ପାଣ୍ଡେ, ମହିଳା ସମ୍ପାଦିକା ଶ୍ରଦ୍ଧାଞ୍ଜଳୀ ସାହୁଙ୍କ ସମେତ ବହୁ ମହିଳା, ଯୁବ ଓ ଛାତ୍ର ବିଜେଡି କର୍ମୀଉପସ୍ଥିତ ରହିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର ସଭା ପରଚାଳନା, ଅତିଥି ପରିଚୟ ଓ ଧନ୍ୟବାଦ ପ୍ରଦାନ କରିଥିଲେ ।
More Stories
୧୮ତମ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ସମାରୋହ ।
ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ର ଜୟନ୍ତୀ ସମାରୋହ
୭୩ତମ ସର୍ଵ ଭାରତୀୟ ହକି ଚମ୍ପିୟାନସିପ ୨୦୨୫ପାଇଁ ଡିଜିପିଙ୍କ ପ୍ରସ୍ତୁତି ବୈଠକ ।