ବେଗୁନିଆପଡା, (ଆମ ଓଡିଶା ଖବର): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ବାର ନମ୍ବର ୱାର୍ଡ ର ଭାଇଗା ସାହିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୂତନ ଦାରୁ ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଏକ ବିଶ୍ୱ ଶାନ୍ତି ମହାଯଜ୍ଞ ବେଶ ସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଶନିବାର ଏହି ମହାଯଜ୍ଞ ଅବସରରେ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ମହାଯଜ୍ଞରେ ଆଶୀର୍ବାଦ ସାଉଁଟିବା ସହିତ ଅନ୍ନଯଜ୍ଞରେ ପ୍ରସାଦ ସେବନ କରିଥିଲେ | ଏହି ପୁର୍ଣ କାର୍ଯ୍ୟରେ ଅଞ୍ଚଳର ବିଶିଷ୍ଠ ନେତା ମାନେ ଯୋଗଦେଇ ଅଞ୍ଚଳ ବାସୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିବା ବେଳେ ଶନିବାର ଦିନ ଏହି ୱାର୍ଡ ର କାଉନସିଲର ରିତାଞ୍ଜଳୀ ମିଶ୍ରଙ୍କ ସମେତ ତାଙ୍କ ସ୍ୱାମୀ ସନ୍ତୋଷ କୁମାର ମିଶ୍ର ଯଜ୍ଞ ସ୍ଥଳରେ ପହଞ୍ଚି ସମସ୍ତେ ଆନୁସଙ୍ଗିକ ବ୍ୟବସ୍ଥାକୁ ବୁଲି ଦେଖିବା ସହିତ ଅଞ୍ଚଳବାସୀ ଙ୍କ ଶୁଭ ମନାସି ଥିଲେ | ଦୁଇ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମହାନ କାର୍ଯ୍ୟର ରବିବାର ପୂର୍ଣ୍ଣାହୁତି ଦିବସ ଥିବାବେଳେ ବୈଦିକ ରୀତିନୀତି ଅନୁସାରେ ପଣ୍ଡିତ, ବ୍ର|ହ୍ମଣ ଙ୍କ ମନ୍ତ୍ର ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହେଉଥିବା ଦେଖିବାକୁ ମିଳିଛି | ଯଜ୍ଞ ସ୍ଥଳରେ ଯୁବ ସ୍ବେଛାସେବୀ ମାନେ ପରିଚାଳନା ଦାୟିତ୍ୱ ବେଶ ସୁରୁଖୁରୁରେ ତୁଲାଉ ଥିବା ମଧ୍ୟ ଦେଖିବାକୁ ମିଳିଛି |
ରିପୋର୍ଟ :ଦେବାଶିଷ ମହାରଣା
More Stories
ବିଜିପୁର ରଥ ସାହିରେ ଅଳିଆ କୁଢ଼ କୁଢ଼ ଗଦା ହୋଇ ପଡ଼ିରହିଛି””ପୁତି ଗନ୍ଧ ରେ ରଥ ସାହି ଫାଟି ପଡ଼ୁଛି “”
ବ୍ରହ୍ମପୁରର କମାପଲ୍ଲୀ ସ୍ଥିତ ବୈଶ୍ନୋ ଟାୱାରରେ ହସ୍ତଶିଳ୍ପ ପ୍ରଦର୍ଶନୀ କେନ୍ଦ୍ର ଉଦ୍ଘାଟିତ।
ଜରଡା ଗଡର କୁମୁଟି ବନ୍ଧର କାର୍ଯ୍ୟ ‘ମହା ଦୁର୍ନୀତି’ ର ଗନ୍ଧ ବାରି ହେଉଛି।