ବେଗୁନିଆପଡା, (ଆମ ଓଡିଶା ଖବର): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ବାର ନମ୍ବର ୱାର୍ଡ ର ଭାଇଗା ସାହିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୂତନ ଦାରୁ ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଏକ ବିଶ୍ୱ ଶାନ୍ତି ମହାଯଜ୍ଞ ବେଶ ସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଶନିବାର ଏହି ମହାଯଜ୍ଞ ଅବସରରେ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ମହାଯଜ୍ଞରେ ଆଶୀର୍ବାଦ ସାଉଁଟିବା ସହିତ ଅନ୍ନଯଜ୍ଞରେ ପ୍ରସାଦ ସେବନ କରିଥିଲେ | ଏହି ପୁର୍ଣ କାର୍ଯ୍ୟରେ ଅଞ୍ଚଳର ବିଶିଷ୍ଠ ନେତା ମାନେ ଯୋଗଦେଇ ଅଞ୍ଚଳ ବାସୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିବା ବେଳେ ଶନିବାର ଦିନ ଏହି ୱାର୍ଡ ର କାଉନସିଲର ରିତାଞ୍ଜଳୀ ମିଶ୍ରଙ୍କ ସମେତ ତାଙ୍କ ସ୍ୱାମୀ ସନ୍ତୋଷ କୁମାର ମିଶ୍ର ଯଜ୍ଞ ସ୍ଥଳରେ ପହଞ୍ଚି ସମସ୍ତେ ଆନୁସଙ୍ଗିକ ବ୍ୟବସ୍ଥାକୁ ବୁଲି ଦେଖିବା ସହିତ ଅଞ୍ଚଳବାସୀ ଙ୍କ ଶୁଭ ମନାସି ଥିଲେ | ଦୁଇ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମହାନ କାର୍ଯ୍ୟର ରବିବାର ପୂର୍ଣ୍ଣାହୁତି ଦିବସ ଥିବାବେଳେ ବୈଦିକ ରୀତିନୀତି ଅନୁସାରେ ପଣ୍ଡିତ, ବ୍ର|ହ୍ମଣ ଙ୍କ ମନ୍ତ୍ର ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହେଉଥିବା ଦେଖିବାକୁ ମିଳିଛି | ଯଜ୍ଞ ସ୍ଥଳରେ ଯୁବ ସ୍ବେଛାସେବୀ ମାନେ ପରିଚାଳନା ଦାୟିତ୍ୱ ବେଶ ସୁରୁଖୁରୁରେ ତୁଲାଉ ଥିବା ମଧ୍ୟ ଦେଖିବାକୁ ମିଳିଛି |
ରିପୋର୍ଟ :ଦେବାଶିଷ ମହାରଣା


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l