ବେଗୁନିଆପଡା, (ଆମ ଓଡିଶା ଖବର):ଦେଶରେ ମୋଦି ସରକାରଙ୍କ ୧୧ ବର୍ଷ ରାଜ୍ୟରେ ମୋହନ ସରକାରଙ୍କ ୧ ବର୍ଷ ମଧ୍ୟରେ କଣ କାମ ହୋଇଛି ଲୋକଙ୍କୁ ହିସାବ ଦେବ ବିଜେପି। ଏନେଇ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ କର୍ମଶାଳା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମୁଣ୍ଡୁଳା ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡା ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଯୋଗଦେଇ ମୋଦି ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କୁ ୧ ବର୍ଷ ପୂର୍ତ୍ତି ପାଳନକୁ ନେଇ ଗାଁ ଗାଁ କୁ ଯିବ ବିଜେପି। କେନ୍ଦ୍ର ସରକାରର ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷର ହିସାବ ଦେବ ବିଜେପି। କ’ଣ ପ୍ରତିଶ୍ରୁତି ଦେଇଥିଲେ, କେତେ ପୂରା କଲେ । ଏକ ବର୍ଷ ପୂର୍ତ୍ତି ନେଇ ରାଜ୍ୟବାସୀଙ୍କୁ ହିସାବ ଦେବେ କର୍ମକର୍ତ୍ତା । ବିଜେପି ବିକାଶର ଉତ୍ତରଦାୟିତ୍ୱ ରାଜ୍ୟବାସୀଙ୍କ ପାଖରେ ରଖିବ ବୋଲି କହି ଥିଲେ ଶ୍ରୀ ନାୟକ । ବର୍ଷକ ଭିତରେ ଲୋକଙ୍କ ପାଇଁ କଣ କରିଛନ୍ତି, ତାକୁ ନେଇ ଲୋକଙ୍କ ପାଖକୁ ଯିବେ କାର୍ଯ୍ୟକର୍ତ୍ତା।ସେବା, ସୁଶାସନ, ଗରିବ କଲ୍ୟାଣର ମୂଳ ଆଧାରକୁ ନେଇ ବିଜେପି ଜନ ସାଧାରଣଙ୍କ ପାଖକୁ ଯିବ।ଡବଲ ଇଞ୍ଜିନ ସରକାରର ବର୍ଷ ପୂର୍ତ୍ତିକୁ ନେଇ ବିଜେପି କର୍ଯ୍ୟକର୍ତ୍ତା ଗାଁ ଗାଁ କୁ ଯିବେ। ମୋଦି ଏବଂ ମୋହନ ସରକାରଙ୍କ ସଫଳତା କହିବେ ବୋଲି କହିଛନ୍ତି ଜିଲ୍ଲା ଯୁବ ମୋର୍ଚ୍ଚା ସଂଯୋଜକ ଆଲୋକ କୁମାର ଶତପଥି ଓ ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଯୁବନେତା ଆଲୋକ ଶତପଥି,ମଣ୍ଡଳ ପ୍ରତିନିଧି ସିମାଞ୍ଚଳ ମହାନ୍ତି, ସ୍ଥାନୀୟ ସମିତି ସଭ୍ୟା ପ୍ରଭାସିନୀ ବେହେରା ଙ୍କ ସମେତ କାର୍ଯ୍ଯକର୍ତ୍ତା ମାନେ ଉପସ୍ଥିତ ଥିଲେ |
ରିପୋର୍ଟ :ଦେବାଶିଷ ମହାରଣା


More Stories
ବ୍ରହ୍ମପୁରରେ ଉଦଘାଟିତ ହେଲାତୃତୀୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ତୃତୀୟ ଅନ୍ତର୍ଜାତୀୟ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ।
ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡସ ଦିବସ ପାଳିତ ।