ଗଞ୍ଜାମ ଜିଲ୍ଲା (ଆମ ଓଡ଼ିଶା ଖବର) ବ୍ରହ୍ମପୁର, 0୯/0୬ : ବ୍ରହ୍ମପୁରସ୍ଥିତ ୧ (ଓଡି଼ଶା) ନାଭାଲ ୟୁନିଟ୍ ଏନ୍.ସି.ସି ଓ ୩ (ଓଡି଼ଶା) ମେଡିକାଲ କମ୍ପାନୀ ଏନ୍.ସି.ସି ପକ୍ଷରୁ ବାର୍ଷିକ ପ୍ରଶିକ୍ଷଣ ଉଦଘାଟିତ ହୋଇଯାଇଛି । ପାରଳା ମହାରାଜା ଇଂଜିନିୟରିଂ କଲେଜ, ସିତଳାପଲ୍ଲି ଠାରେ ଏହି ସିଏଟିସି କ୍ୟାମ୍ପ ଆରମ୍ଭ ହୋଇଥିବାବେଳେ ଏହା ଆଗାମି ୧୦ ଦିନ ଧରି ଜାରି ରହିବ । ଏଥିରେ ୧୪ଟି ବିଦ୍ୟାଳୟ ଓ ୭ ଟି ମହାବିଦ୍ୟାଳୟର ପାଖାପାଖି ୬୦୦ କ୍ୟାଡେଟ୍ ଯୋଗଦେଇଛନ୍ତି । ଏହି ବାର୍ଷିକ ପ୍ରଶିକ୍ଷଣ ଶିବିରରେ ଉଭୟ ବାଳକ ଓ ବାଳିକା ବର୍ଗରେ ଟ୍ରେନିଂ ଦିଆଯିବ । ଏହି କାର୍ଯ୍ୟକ୍ରମରେ ୧(ଓଡି଼ଶା) ନାଭାଲ ୟୁନିଟ୍ ଏନ୍.ସି.ସି ଅଧିନରେ ଥିବା ଖଲ୍ଲିକୋଟ୍ ଏକକ ବିଶ୍ବବିଦ୍ୟାଳୟ, ଛତ୍ରପୁର ସାଇନ୍ସ କଲେଜ, ଗଞ୍ଜାମ ମହାବିଦ୍ୟାଳୟ ଓ ଭଜ୍ଂନଗର ମହାବିଦ୍ୟାଳୟ ଏବଂ ୩ (ଓଡି଼ଶା) ମେଡିକାଲ କମ୍ପାନୀ ଏନ୍.ସି.ସି ଅଧିନରେ ଥିବା ପାରଳା ମହାରାଜା ଇଂଜିନିୟରିଂ କଲେଜ, ସିତଳାପଲ୍ଲି ଓ ସିଟି କଲେଜ, ବ୍ରହ୍ମପୁର ସମେତ ୫ଟି ଜିଲ୍ଲାର ନାଭାଲ ଓ ଆର୍ମି ଏନ୍.ସି.ସି କ୍ୟାଡେଟମାନେ ଯୋଗଦେଇଛନ୍ତି । ଏହି ବାର୍ଷିକ ପ୍ରଶିକ୍ଷଣ ଶିବିରଟି ୧(ଓଡି଼ଶା) ନାଭାଲ ୟୁନିଟ୍ ଏନ୍.ସି.ସିର କମାଣ୍ଡିଙ୍ଗ୍ ଅଫିସର କମାଣ୍ଡର ଏନ୍.ଭି.ପି ସ୍ବାମୀ ଙ୍କ ତତ୍ବାବଧାନରେ ଆରମ୍ଭ ହୋଇଥିବା ବେଳେ ଏ.ଏନ.ଓ., ପି.ଆଇ. ଷ୍ଟାଫ୍ ଙ୍କ ଦ୍ବାରା ଭାରତୀୟ ନୌସେନା ଓ ଭାରତୀୟ ସ୍ଥଳସେନା ବିଷୟରେ ବିଭିନ୍ନ ବିଭାଗର ପ୍ରଶିକ୍ଷଣ ନେବେ । ଏହି ବାର୍ଷିକ ପ୍ରଶିକ୍ଷଣ ଶିବିରରେ ଡ୍ରିଲ ରାଇଫଲ ଡ୍ରିଲ, ଫାଇରିଂ, ସିପ୍ ମୋଡଲିଂ, ସିମାଫୋର, ବୋଟ୍ ପୁଲିଂ, ବୋଟ୍ ସେଲିଂ, ବୋଟ୍ ପୁଲିଂ, ବେଷ୍ଟ କ୍ୟାଡେଟ୍, ନେଭିଗେସନ୍, ବୋଟ୍ ରିଗିଂ, ସି ମେନ୍ ସିପ୍, ଅବଷଟାକଲ, ମେପ୍ ରିଡିଙ୍ଗ ଭଳି ଟ୍ରେନିଂ ଦିଆଯାଉଛି । ଏହି ବାର୍ଷିକ ପ୍ରଶିକ୍ଷଣ ଶିବିରରୁ ଆଗାମୀ ଜାତୀୟ କ୍ୟାମ୍ପ ପାଇଁ କ୍ୟାଡେଟ୍ ମାନଙ୍କୁ ଚୟନ କରାଯିବ ।...
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ