ମାଆ ପାଦୁକେଇ ପୀଠରେ ବାଦି ପାଲା ଅନୁଷ୍ଠିତ l

ପୁରୀଜିଲ୍ଲା (ଆମ ଓଡ଼ିଶା ଖବର) ଡେ଼ଲାଙ୍ଗତା୧୬-୬-୨୫ ଡେ଼ଲାଙ୍ଗ ବ୍ଲକ ଅନ୍ତର୍ଗତ ସୁଜନପୁର ଗ୍ରାମ ପଞ୍ଚାୟତର ଜଗଦଲପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ପାଦୁକେଇ ପୀଠରେ ସାତ ଦିନ ଧରି ବାଦି ପାଲା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ସୁନାମ ଧନ୍ୟ ବିଶିଷ୍ଟ ପାଲା ଗାୟକ ଜ୍ଞାନଭୂଷଣ ଡ ଶିଶିର କୁମାର ପାଢ଼ୀ ଓ ନିକଟତମ ପ୍ରତିଦ୍ବନ୍ଦୀ ଗାୟକ ପ୍ରବୀର ସନାତନ ଦାସ ପ୍ରତ୍ୟହ ସନ୍ଧ୍ୟାରେ ପାଲା ପରିବେଷଣ କରି ସାହିତ୍ୟ ପ୍ରେମୀଙ୍କ ମନୋରଞ୍ଜନ କରିଥିଲେ । ଦୀର୍ଘ ୧୦୦ ବର୍ଷ ଧରି ଏହି ମଣ୍ଡପରେ ଅନେକ ବିଦ୍ୱାନ ପାଲା ପରିବେଷଣ କରି ଓଡ଼ିଆ ଲୋକ ସାହିତ୍ୟ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରିଆସୁଥିବା କଥା ପାଲା ପରିଚାଳନା କମିଟିର ସଭାପତି ସଦାଶିବ ବଳବନ୍ତରାୟ ମତ ବ୍ୟକ୍ତ କରିଥିଲେ । ଆଖ ପାଖ ଅଞ୍ଚଳରୁ ଆମ ଭାଷା , ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଉଥିବା ଅନେକ ବରିଷ୍ଠ ନାଗରିକ,ମହିଳା ଓ ଯୁବ ଗୋଷ୍ଠୀ ପାଲା ଦେଖିବାକୁ ଆସୁଥିଲେ । ଜଗଦଲପୁର ଗ୍ରାମର ପାଲା କମିଟିର ସଦସ୍ୟଶ୍ରୀ ହାଡ଼ି ବନ୍ଧୁ ପୃଷ୍ଟି, ପୂର୍ଣ୍ଣ ଚନ୍ଦ୍ର ପାଇକରାୟ, ଲକ୍ଷ୍ମୀଧର ସାମନ୍ତରାୟ , ପ୍ରସନ୍ନ ରାଉତରାୟ , ବିଦ୍ୟାଧର ବଳବନ୍ତରାୟ, କାଳୁ ସାମନ୍ତରାୟ, ରମେଶ ଚନ୍ଦ୍ର ଗଜେନ୍ଦ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ଶତାୟୁ ପାଲା ଅନୁଷ୍ଠାନ ଓଡ଼ିଶାର ଲୋକ କଳା, ସାହିତ୍ୟକୁ ବଞ୍ଚାଇ ରଖିଥିବାରୁ ଜନସାଧାରଣ ତାର ଉଚ୍ଚ ପ୍ରଶଂସା କରିଥିଲେ ।

ଡେ଼ଲାଙ୍ଗ/ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।

error: Content is protected !!