ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ତା-୧୭-୬-୨୦୨୫
ରାୟଗଡ଼ ବ୍ଳକ ବିକାଶ ବାହନ ମଙ୍ଗଳବାର ଦିନ ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲି ସଚେତନତାର ବାର୍ତ୍ତା ପ୍ରଚାର କରିଛି। ବିକାଶ ରଥକୁ ପଞ୍ଚାୟତ ବାସୀ ସ୍ବାଗତ କରିବା ସହ ଏଲଇଡି ମାଧ୍ଯମରେ ବିଭିନ୍ନ ବିଷୟରେ ସଚେତନ ହୋଇଥିଲେ ।ଷ୍ଟଲ ମାଧ୍ୟମରେ ମୂଖ୍ଯମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ବିଷୟରେ ସଚେତନ କରାଯାଇଥିଲା । ତିନିଗୋଟି ଗ୍ରାମ ପଞ୍ଚାୟତରେ ମୋଟ ବତିଶିଟି ଆବାସ ଯୋଜନାର କାର୍ଯ୍ଯାଦେଶ, ଏଗାରଟି ଜବକାର୍ଡ, ଦଶଟି ମୃତ୍ତିକା ସ୍ବାସ୍ଥ୍ୟକାର୍ଡ, ସାଠିଏଟି ବୟୋ ବନ୍ଦନା ସ୍ବାସ୍ଥ୍ୟକାର୍ଡ, ଚବିଶିଟି ବ୍ଯକ୍ତିଗତ ଓ ତିନୋଟି ସାମୁହିକ ଜଙ୍ଗଲ ଅଧିକାର ଆଇନ ପଟ୍ଟା,ତିନୋଟି ନୁତନ ବାର୍ଦ୍ଧକ୍ଯ ଭତ୍ତା, ଏକୋଇଶିଟି ଆଧାର ପଞ୍ଜିକରଣ ଓ ଚାଳିଶି ଗୋଟି ମାଁପାଇଁ ଗଛଟିଏ ରୋପଣ କରାଯାଇଥିଲା ।ପିପିଲିଗୁଡା ସରପଞ୍ଚ ରେଣୁକା ମାଣ୍ଡାଙ୍ଗୀ, କାରୁବାଇ ସରପଞ୍ଚ ମାରୀଆ ସିରିକା ଓ ବାଇସିଙ୍ଗି ସରପଞ୍ଚ ବିରିମା ମାଝୀ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି , ସରକାରୀ ବିଭାଗୀୟ ଅଧିକାରୀ, ଅଙ୍ଗନୱାଡି ଓ ଆଶା କର୍ମୀ ବ୍ଲକ ଓ ଗ୍ରାମ ପଞ୍ଚାୟତ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।
ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ “କୁମ୍ଭୀର ସଂରକ୍ଷଣର ସୁବର୍ଣ୍ଣ ଜୟନ୍ତୀ” ବିଷୟରେ ପାଠଚକ୍ର ଅନୁଷ୍ଠିତ।