ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ତା-୧୭-୬-୨୦୨୫
ରାୟଗଡ଼ ବ୍ଳକ ବିକାଶ ବାହନ ମଙ୍ଗଳବାର ଦିନ ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲି ସଚେତନତାର ବାର୍ତ୍ତା ପ୍ରଚାର କରିଛି। ବିକାଶ ରଥକୁ ପଞ୍ଚାୟତ ବାସୀ ସ୍ବାଗତ କରିବା ସହ ଏଲଇଡି ମାଧ୍ଯମରେ ବିଭିନ୍ନ ବିଷୟରେ ସଚେତନ ହୋଇଥିଲେ ।ଷ୍ଟଲ ମାଧ୍ୟମରେ ମୂଖ୍ଯମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ବିଷୟରେ ସଚେତନ କରାଯାଇଥିଲା । ତିନିଗୋଟି ଗ୍ରାମ ପଞ୍ଚାୟତରେ ମୋଟ ବତିଶିଟି ଆବାସ ଯୋଜନାର କାର୍ଯ୍ଯାଦେଶ, ଏଗାରଟି ଜବକାର୍ଡ, ଦଶଟି ମୃତ୍ତିକା ସ୍ବାସ୍ଥ୍ୟକାର୍ଡ, ସାଠିଏଟି ବୟୋ ବନ୍ଦନା ସ୍ବାସ୍ଥ୍ୟକାର୍ଡ, ଚବିଶିଟି ବ୍ଯକ୍ତିଗତ ଓ ତିନୋଟି ସାମୁହିକ ଜଙ୍ଗଲ ଅଧିକାର ଆଇନ ପଟ୍ଟା,ତିନୋଟି ନୁତନ ବାର୍ଦ୍ଧକ୍ଯ ଭତ୍ତା, ଏକୋଇଶିଟି ଆଧାର ପଞ୍ଜିକରଣ ଓ ଚାଳିଶି ଗୋଟି ମାଁପାଇଁ ଗଛଟିଏ ରୋପଣ କରାଯାଇଥିଲା ।ପିପିଲିଗୁଡା ସରପଞ୍ଚ ରେଣୁକା ମାଣ୍ଡାଙ୍ଗୀ, କାରୁବାଇ ସରପଞ୍ଚ ମାରୀଆ ସିରିକା ଓ ବାଇସିଙ୍ଗି ସରପଞ୍ଚ ବିରିମା ମାଝୀ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି , ସରକାରୀ ବିଭାଗୀୟ ଅଧିକାରୀ, ଅଙ୍ଗନୱାଡି ଓ ଆଶା କର୍ମୀ ବ୍ଲକ ଓ ଗ୍ରାମ ପଞ୍ଚାୟତ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ
More Stories
୬୮ତମ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ।
ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର।
ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l