ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର )ବୋଲଗଡ ବ୍ଲକ କଳାଙ୍ଗ ପଞ୍ଚାୟତ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତି ରେ ଏଡିଏମ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଓ ଏସପି ସାଗରିକା ନାଥ ପ୍ରମୁଖ ସ୍ଥାନୀୟ ଜନସାଧାରଣ ମାନଙ୍କ ବିଭିନ୍ନ ଅଭିଯୋଗର ଶୁଣାଣୀ କରିଥିଲେ। ସମୁଦାୟ ୧୬୪ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୩୮ ଟି ବ୍ୟକ୍ତିଗତ ଏବଂ ୨୬ଟି ସାମୁହିକ ଅଭିଯୋଗ ରହିଥିଲା। ଅଭିଯୋଗ ଗୁଡ଼ିକୁ ଗ୍ରହଣ କରିବା ପରେ ତର୍ଜମା କରି ଅଧିକାରୀ ମାନେ ସମାଧାନ ପାଇଁ ସଂପୃକ୍ତ ବିଭାଗକୁ ପଠାଇ ଦେଇଥିଲେ। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ହୁଲାସ ପ୍ରଧାନ, ବିଡ଼ିଓ ସୁମନସୁଧା କୁଣ୍ଡୁ, ତହସିଲଦାର ବିଜୟ କୁମାର ସେଠୀଙ୍କ ସମେତ ଜିଲ୍ଲା ଓ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ବ୍ଲକର ୧୯ ଟି ପଞ୍ଚାୟତ ଅଞ୍ଚଳର ଲୋକ ମାନଙ୍କ ଅଭିଯୋଗ ପଞ୍ଜିକରଣ ଓ ଶୁଣାଣି କରିବାରେ ବ୍ଲକ ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଦସ୍ୟ, ସରପଞ୍ଚ ଓ ସମିତି ମେମ୍ବର ମାନେ ସହଯୋଗ କରିଥିଲେ। ଏହି ଶିବିରରେ ବିଭିନ୍ନ ବିଭାଗ ପକ୍ଷରୁ ଜନ ସଚେତନତା ଷ୍ଟଲ ଖୋଲିଥିବା ବେଳେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପିଠା ପ୍ରସ୍ତୁତି ଓ ମିଶନ ଶକ୍ତି ପକ୍ଷରୁ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ସରଞ୍ଜାମ ପ୍ରଦର୍ଶନ ଓ ବିକ୍ରିବଟା କରାଯାଇଥିଲା। ଏବିଡିଓ ଡଃ.ରତିରଞ୍ଜନ ମିଶ୍ର ଙ୍କ ତତ୍ତ୍ୱାବଧାନରେ ବ୍ଲକ କର୍ମଚାରୀମାନେ କାର୍ଯ୍ୟ କ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କ ନେତୃତ୍ୱରେ ପୋଲିସ ମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।
ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା
More Stories
ଶ୍ରୀ ଶ୍ରୀ ମା’ ଆଙ୍କୁଲେଶ୍ୱରୀ ଦେବୀଙ୍କ ପୀଠରେ ଚାରିଦିନ ବ୍ୟାପୀ ବିଶ୍ଵଶାନ୍ତି ଚଣ୍ଡୀ ଯଜ୍ଞ ଅନୁଷ୍ଠିତ l
ବିଶ୍ଵ ଯୋଗ ଦିବସରେ ଜଟଣୀ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ପତ୍ରିକା ଉନ୍ମୋଚିତ।
୧.୯୮ କୋଟି ବ୍ୟୟର ନୂତନ ରାସ୍ତାର ଉଦଘାଟନ କଲେ ସାଂସଦ ।