ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ତା :-୨୪/ o୬/ ରିଖ ପ୍ରତି ବର୍ଷ ଭଳି ରାୟଗଡ ଜିଲ୍ଲା ର କାଶୀପୁର ବ୍ଲକ ଭଳି ଅନେକ ଅଞ୍ଚଳରେ ପ୍ରଚୁର ଆମ୍ବ ଉତ୍ପାଦନ ହୋଇଥିବା ବେଳେ ଆମ୍ବର ବିକ୍ରୀବଟା, ଆମ୍ବରୁ ଜେଲି, ଜାମ, ଆଚାର, ସ୍କ୍ୱାସ ପ୍ରସ୍ତୁତି ପାଇଁ ଆଜି ପର୍ଯ୍ୟନ୍ତ ସରକାରଙ୍କ ଦ୍ଵାରା କୌଣସି ବ୍ୟବସ୍ଥା କରାଯାଇ ନାହିଁ କିମ୍ବା ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଉଦ୍ୟାନ ବିଭାଗର ନଜର ନାହିଁ। କେବଳ ରିହାତି ମୂଲ୍ୟରେ ଚାଷୀଙ୍କୁ ଚାରା ଯୋଗେଇ ଦେଇ ବିଭାଗୀୟ ଅଧିକାରୀ ମାନେ ହାତ ବାନ୍ଧି ବସିଛନ୍ତି। ବିଗତ ଦିନରେ ଚାଷୀ ସଂଗଠନ ପକ୍ଷରୁ ଦାବୀ ହେବାରୁ ପୂର୍ଵ ସରକାରଙ୍କ ସମୟରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ଓରମାସ ଜରିଆରେ କାଶୀପୁର ଠାରେ ଆମ୍ବର ପ୍ରକ୍ରିୟାକରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏହାର କୌଣସି କାର୍ଯ୍ୟକାରି ହୋଇ ପାରିନାହିଁ। ଅଞ୍ଚଳରେ ୪୦% ଶତକଡା ଚାଷୀ କେବଳ ଆମ୍ବ ଚାଷ କରିଥିବା ବେଳେ ଆମ୍ବ ର ଅଭାବୀ ବିକ୍ରି ନେଇଁ ଦିନକୁ ଦିନ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି ଚାଷୀ । ଏହିପରି କି ଅମ୍ରପଲ୍ଲୀ ଭଳି ସୁଆଦିଆ ଆମ୍ବ କୁ ପ୍ରତେକ କେଜି ପ୍ରତି ୧୦ ଟଙ୍କା ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଏଠାକୁ ବାହାର ବେପାରୀ ଆସି ଚାଷୀଙ୍କ ଠାରୁ ଶାଗ ମାଛ ଦରରେ ଆମ୍ବ କ୍ରୟ କରୁଥିବା ଦ୍ଵାରା ଚାଷୀ ନାହିଁ ନଥିବା କ୍ଷତିର ଶିକାର ହେଉଛନ୍ତି।
ତେଣୁ ଏହାର ତୁରନ୍ତ ପ୍ରତିକାର କରାନଗଲେ ଚାଷୀ କ୍ଷତିଗ୍ରସ୍ତ ହେବା ସହିତ ଜିଲ୍ଲାରେ ଆମ୍ବ ଉତ୍ପାଦନ ହ୍ରାସ ହେବା ସହ ଆମ୍ବ ଚାଷ ରୁ ଚାଷୀ ମୁହଁ ଫେରେଇନେବେ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି କିଷାନସେଲ ପୂର୍ବତନ ଅଧକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକ, ଉପାଧ୍ୟାକ୍ଷ ତଥା କାଶୀପୁର ବ୍ଲକର ବିଶିଷ୍ଟ ଜନପ୍ରିୟ ଚାଷୀନେତା ପି. ଦେବେନ୍ଦ୍ର କୁମାର ରାଓ ଓ ପୂର୍ବତନ ଜିଲ୍ଲା କିଷାନ କଂଗ୍ରେସ ଅଧକ୍ଷ ଗଙ୍ଗାରାମ ଆଚାରୀ ମତ ପ୍ରକାଶ କରିଛନ୍ତି । ତେଣୁ ଯୁଦ୍ଧକାଳୀନ ଭିତରେ ତୁରନ୍ତ ଆମ୍ବ କେଜି ପ୍ରତି ୩୦ ଟଙ୍କା ରେ କ୍ରୟ, ସଂରକ୍ଷଣ ଓ ଆମ୍ବ ଜେଲି, ସ୍କ୍ୱାସ ପ୍ରସ୍ତୁତିକରଣ ପାଇଁ ବ୍ୟବସ୍ଥା, ଆମ୍ବ ସଂଗ୍ରହ ମଣ୍ଡି ସ୍ଥାପନ ଓ ବାହାର ରାଜ୍ୟକୁ ରପ୍ତାନି ପାଇଁ ବ୍ୟବସ୍ଥା କରିବାକୁ କଂଗ୍ରେସ ପକ୍ଷରୁ ରାଜ୍ୟସରକାର ଙ୍କ ଠାରେ ଦୃଢ଼ ଦାବୀ କରାଯାଇଛି। ଏଥି ପୁର୍ବରେ ରେ ଚଳିତ ବର୍ଷ ଶ୍ରୀ ପଟ୍ଟନାୟକ ଓଡିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦେଶକଙ୍କୁ ଏକ ଦାବୀ ପତ୍ର ପଠାଇଥିବା ପ୍ରକାଶ କରିଛନ୍ତି।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।