କଂଗ୍ରେସ ଦଳର ଆସନ୍ତା ୨୯ ତାରିଖ ପାଇଁ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ

କୋରାପୁଟ (ଆମ ଓଡିଶା ଖବର) ତାରିଖ ୨୫/୦୬/୨୦୨୫

ଗତ କାଲି ଅର୍ଥାତ ମଙ୍ଗଳ ବାର ଦିନ ଜୟପୁର ଠାରେ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ ଜୟପୁର ବିଧାୟକ ତଥା ରାଜ୍ୟ ଉପ ସଭାପତି ଶ୍ରୀଯୁକ୍ତ ତାରା ବାହିନୀ ପୋତି ଙ୍କ ନେତୃତ୍ୱ ରେ ଆୟୋଜନ କରାଯାଇ ଥିଲା l ଏହି ବୈଠକ ରେ ଲଷ୍ମୀପୂର ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନ୍ତା, ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁଖିଲ, ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଜୟରାମ ପାଙ୍ଗି, ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀ ପୋତି, ରାଜ୍ୟ ସମ୍ପାଦକ ଶ୍ରୀ ରୂପକ ତୁରୁକ, ଜିଲ୍ଲା ସଭାପତି ଶ୍ରୀ ଶଶୀଭୁଷଣ ପାତ୍ର, କୋରାପୁଟ ବିଧାୟକ ପ୍ରାଥୀ ଶ୍ରୀ କୃଷ୍ଣ କୁଲଦୀପ,ପୁଣି ବିଭିନ୍ନ ବ୍ଲକ ରୁ ଆସିଥିବା ବ୍ଲକ ସଭାପତି, ଜିଲ୍ଲା ପରିଷଦ ଓ ବିଭିନ୍ନ ବିଭାଗ ର ପଦାଧିକାରୀ ମାନେ ଉପସ୍ଥିତ ହୋଇ ଆସନ୍ତା 29 ତାରିଖରେ ହେବାକୁ ଥିବା ସମ୍ବିଧାନ ସଭା ଏବଂ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଏବଂ ରାଜ୍ୟ ପ୍ରଭାରୀ ଓ ରାଜ୍ୟ ନେତୃ ମଣ୍ଡଳୀ ଯୋଗ ଦେବାର ରହିଅଛି l ସେହି କାର୍ଯ୍ୟକ୍ରମ କିପରି ଭାବେ ସଫଳ ହେବ ତାହା ଉପସ୍ଥିତ ସମସ୍ତେ ଏକତ୍ରିତ ହୋଇ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା l

କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର

error: Content is protected !!