ବାଣପୁର (ଆମ ଓଡ଼ିଶା ଖବର )ବାଣପୁର, ବ୍ଲକ ଗମ୍ଭାରୀମୁଣ୍ଡା ଠାରେ ଗମ୍ଭାରୀମୁଣ୍ଡା ର ଆରାଧ୍ୟ ଦେବୀ ଶ୍ରୀ ଶ୍ରୀ ମା’ ଆଙ୍କୁଲେଶ୍ୱରୀ ଦେବୀଙ୍କ ପୀଠରେ ଚାରିଦିନ ବ୍ୟାପୀ ବିଶ୍ଵଶାନ୍ତି ଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି. ଆଜି ଗୁରବାର ଯଂଜ୍ଞ୍ୟ ର ଶେଷଦିନରେ ମହା ମେଳନ ପର୍ବ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି। ୨୩ ତାରିଖ ସୋମବାର ଦିନ ଅଙ୍କୁରାରୋପଣ ହୋଇଥିବା ବେଳେ ମଙ୍ଗଳ ବାର ଦିନ କଳସ ଯାତ୍ରା । ବୁଧବାର ପ୍ରାତଃ କାଳରୁ ସୂର୍ଯ୍ୟ ପୂଜା ଆହୁତି ପ୍ରଦାନ ଯଜ୍ଞ ଆରମ୍ଭ ହୋଇ ଆଜି ଗୁରବାର ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଥିଲା । ଏହି ଅବସରରେ ନଗର କୀର୍ତ୍ତନ ସହ ଦୈନନ୍ଦନ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ପୂର୍ଣ୍ଣାହୁତି ଦିବସରେ ମା’ ଆଙ୍କୁଲେଶ୍ୱରୀ ଦେବୀଙ୍କ ନିମନ୍ତ୍ରଣ ପାଇ ଆଖପାଖ ଅଞ୍ଚଳର ୫ ଦେବା ଦେବୀ ଯଥା ମା’ ବ୍ରାହ୍ମଣି ଦେବୀ ବିଜେ ଗମ୍ଭାରୀମୁଣ୍ଡା,ମା’ ଉତରାୟଣୀ ଦେବୀ ବିଜେ ବିଞ୍ଝାଳା, ଶ୍ରୀ ରଘୁନାଥ ଦେବ ବିଜେ ବିଞ୍ଝଳା ଶ୍ରୀ ଶ୍ରୀ ପତିତପାବନ ଦେବ ଗମ୍ଭାରୀମୁଣ୍ଡା ଶ୍ରୀ ଶ୍ରୀ ଗାଦୀଶ୍ଵରଦେବ ଙ୍କ ବିଜେ ପ୍ରତିମା ସୁସଜ୍ଜିତ ବିମାନ ସହିତ ବିରାଟ ଶୋଭାଯାତ୍ରାରେ ଗମ୍ଭାରୀମୁଣ୍ଡା ବଜାର ପରିକ୍ରମା କରି ସ୍ଥାନୀୟ ଅଶୋକା ମେଳଣ ପଡ଼ିଆରେ ପହଞ୍ଚିଥିଲେ । ସେଠାରେ ଦେବୀଙ୍କ ନୀତିକାନ୍ତି ପୂଜାର୍ଚ୍ଚନା କରାଯିବା ସହ ଅପରାହ୍ନରେ ସମସ୍ତ ବିଜେ ପ୍ରତିମାଙ୍କ ମହା ମେଳଣ ପର୍ଵ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଗମ୍ଭାରୀମୁଣ୍ଡା ଗ୍ରାମବାସୀ ପରିଚାଳନା କରିଥିବାବେଳେ ଗମ୍ଭାରୀମୁଣ୍ଡା ବଜାରର ସମସ୍ତ ବ୍ୟବସାୟୀ ଭାଇ ମାନେ ସହଯୋଗ କରିଥିଲେ .
ଶ୍ରୀ ଶ୍ରୀ ମା’ ଆଙ୍କୁଲେଶ୍ୱରୀ ଦେବୀଙ୍କ ପୀଠରେ ଚାରିଦିନ ବ୍ୟାପୀ ବିଶ୍ଵଶାନ୍ତି ଚଣ୍ଡୀ ଯଜ୍ଞ ଅନୁଷ୍ଠିତ l

More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l