ରାୟଗଡା ଜିଲ୍ଲା (ଆମ ଓଡିଶା ଖବର):-
ରାୟଗଡା ଜିଲ୍ଲା କାଶିପୁର ବ୍ଲକରେ ସିଲଭର ଓକ ପ୍ଲାଣ୍ଟେସନ୍ ପାଇଁ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ କରି ସୂଚନା ଅଧିକାର ଆଇନ୍ ବଳରେ ମାଗିଥିବା ସୂଚନା ନଦେଇ ଧମକ ଦେଉଥିଲେ । ପାପର ଘଡା ପୂର୍ଣ୍ଣ ହେଲେ ପାପୀ ଅପରାଧୀ ଙ୍କ ଅନ୍ତ ହୁଏ ବୋଲି ସମସ୍ତେ ଜାଣନ୍ତି । ଶେଷରେ ଭିଜିଲାନ୍ସ ଜାଲରେ ପଡିଲେ ଦୟାନିଧୂ ବାଗ। ଦୀର୍ଘ ଦିନ ଧରି ଭିଜିଲାନ୍ସ କୁ ଚକମା ଦେଇ ଦୁର୍ନୀତି କରି ଚାଲିଥିଲେ। ତାଙ୍କ ନାମରେ ଜଳ ବିଭାଜିକା ମିଶନ ଦ୍ବାରା କାଶୀପୁରରେ ବଡ ଧରଣର ଦୁର୍ନୀତି ନେଇ ଅଭିଯୋଗ ଥିଲା। ଏଇ କେଶରେ ପୂର୍ବରୁ ଜଳଛାୟା ମିଶନର ତିନି ଜଣ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ନିର୍ଦ୍ଦେଶକ ଦୟାନିଧୂ ବାଗଙ୍କ ୮ଟି ସ୍ଥାନରେ ଭିଜିଲାନସ୍ ଚଢ଼ାଉ ଚାଲିଛି। ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗ ରହିଛି। ବାଗ ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ବିକାଶ, ଓଡ଼ିଶାରେ କର୍ମରତ। ଓଡ଼ିଶା ଭିଜିଲାନ୍ସ ଦ୍ବାରା 10 ଜଣ ଡିଏସପି, 8 ଜଣ ଇନ୍ସପେକ୍ଟର, 10 ଜଣ ଏଏସ୍ଏଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ବରେ
ଏକକାଳୀନ ଆଠଟି ସ୍ଥାନରେ ତଲାସ କରାଯାଉଛି । ଭିଜିଲାନ୍ସ ତାଙ୍କ ଜନ୍ମ ସ୍ଥାନ କଳାହାଣ୍ଡିର ଘର କୁପାଗାଓଁ ଗ୍ରାମ, ତାଙ୍କ ଶ୍ବଶୁରଙ୍କ ଘର କଳାହାଣ୍ଡିର ବିକ୍ରମଗୁଡ଼ା, ଭୁବନେଶ୍ବରର ଗୋଠପାଟଣାସୁ ମହାନଦୀ ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁରର ଘର, ଶ୍ରୀ ବାଗଙ୍କ ଅଫିସ ଚାମ୍ବର, ନବରଙ୍ଗପୁର ସହର ଅନ୍ତର୍ଗତ ମାଝିଗୁଡ଼ା ଛକ ନିକଟରେ ପାଦଲଗୁଡ଼ାରେ ଥିବା କୋଠା, ନବରଙ୍ଗପୁରର ଚୁଟିଆଗୁଡ଼ା ମୌଜାରେ ଥିବା ଦୁଇଟି କୋଠାରେ ଖୋଜା ଚାଲିଛି। ପରବର୍ତ୍ତୀ ସମୟରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଭିଜିଲାନ୍ସ କହିଛି ।ଦୟାନିଧୂ ବାଗ କୋରାପୁଟ ଓ ରାୟଗଡା ରେ ଚାକିରି କାଳ ସମୟରେ କାମ ନକରି ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ନେଇ ଭିଜିଲାନସ୍ ନିକଟରେ ଅଭିଯୋଗ ରହିଥିଲା । ବିଶେଷ କରି ରାୟଗଡ଼ା ଜିଲ୍ଲାର କାଶିପୁର ଅଞ୍ଚଳରେ ବ୍ୟାପକ ହେରଫେର ହୋଇଥିବା ନେଇ ଭିଜିଲାନସ୍ ନିକଟରେ ଅଭିଯୋଗ ହୋଇଥିଲା । ଏଥୂ ପୂର୍ବରୁ ଭିଜିଲାନସ୍ ଜଳଛାୟା ଓ ମୃତ୍ତିକା ସଂରକ୍ଷଣ ବିଭାଗର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା । ଦୀର୍ଘଦିନ ଧରି ଭିଜିଲାନସ୍ ନଜରରେ ରହିଥିବା ଦୟାନିଧୂ ବାଗ ଙ୍କ ନିଜ ଘର ସମେତ ୮ଟି ସ୍ଥାନରେ ଆଜି ଭିଜିଲାନସ୍ ପକ୍ଷରୁ ଚଢାଉ ଜାରି ରହିଥିବା ସୂଚନା ମିଳିଛି । ବାଘ ଶେଷରେ ଜାଲରେ ପଡିଲା । କାଶିପୁରରେ ସିଲଭର ଓକ ପ୍ଲାଣ୍ଟେସନ୍ ପାଇଁ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ କରି ସୂଚନା ଅଧିକାର ଆଇନ୍ ବଳରେ ମାଗିଥିବା ସୂଚନା ନଦେଇ ଧମକ ଦେଉଥିଲେ । ଡି ଏମ୍ ଏଫ୍(ଜିଲ୍ଲା ଖଣିଜ ପାଣ୍ଠି)ରୁ, ଯାହାର କି ଜିଲ୍ଲାପାଳ ଅଧ୍ୟକ୍ଷା ଅଛନ୍ତି, କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ।
ଗତ ନିର୍ବାଚନରେ ବିଜେଡି ରୁ ଟିକେଟ ପାଇବା ପାଇଁ ଉଦ୍ୟମ ଜାରୀ ରଖିଥିଲେ । ସମ୍ବାଦ ନବାହାରିବା ପାଇଁ ସାମ୍ବାଦିକ ମାନଙ୍କୁ ପ୍ରଚୁର ଅର୍ଥ ଦେଉଥିବାର ପ୍ରଚାର ସେ ନିଜେ କରୁଥିଲେ । କିନ୍ତୁ ପ୍ରାୟ ସବୁ ସାମ୍ବାଦିକ ତାଙ୍କ ବିଭାଗର ଦୁର୍ନୀତି ବିଷୟରେ କଡା ସମ୍ବାଦ ପରିବେଷଣ କରିଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ …
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।