ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର)ରଥଯାତ୍ରା ଦିନ ରଥ ଟାଣିବାକୁ ନେଇ ସାଂଘାତିକ ବିଭ୍ରାଟ। ରାଜନିତୀ ଏବଂ କୁଟନୀତିର ପ୍ରଭାବକୁ ପ୍ରଧାନ୍ୟ ଦିଆଯାଇଥିଲା। ନନ୍ଦିଘୋଷ ରଥ ସିଂହଦ୍ବାର ସାମ୍ନାରେ ଗଡ଼ିବା ସମୟରେ ପୋଲିସ କର୍ଡନ ଭିତରେ ହଜାର ହଜାର ଲୋକ। ଏତେ ଅବ୍ୟବସ୍ଥା ହୋଇଥିଲା, ନନ୍ଦିଘୋଷ ରଥକୁ ଟାଣିବା ବେଳକୁ ଦଉଡ଼ି ନଥିଲା। ଏକେ ତ ତାଳଧ୍ବଜ ରଥ ବାରମ୍ବାର ମୋଡ଼ ଖାଇବାରୁ ସ୍ଥିତି ବିଗିଡ଼ିଲା। ଆଉ ପରେ ଦର୍ପଦଳନ ରଥ ଗଡ଼ିବା ପରେ, ନନ୍ଦିଘୋଷ ରଥ ଟାଣିବାକୁ ଦଉଡ଼ି ବିଛାଗଲା। ୪ଟି ଦଉଡ଼ିରୁ ୨ଟି ଦଉଡ଼ିକୁ ଭକ୍ତ କେତେବେଳେ ଟାଣିନେଲେ କେହି ଜାଣି ପାରିଲେନି। ରଥ ଚାଲିଛି ଭାବି ଖାଲି ଦଉଡି ଭିଡ଼ି ନେଲେ ରଥଟଣାରେ ବିଳମ୍ବକୁ ନେଇ ଭକ୍ତମାନେ ଦୁଖିତ। ରଥ ଉପରେ ସେବାୟତଠୁ ନେଇ ତଳେ ପୋଲିସ, ପ୍ରଶାସନିକ ଅଧିକାରୀ ସମସ୍ତେ ସ୍ଥାଣୁ। ସମସ୍ତଙ୍କ ମଧ୍ଯରେ ହାଉଳି ପଡ଼ିଗଲା। ଶେଷରେ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା ସହ ଭିଡ଼ କାଟି ସୁଭଦ୍ରାଙ୍କ ରଥ ପାଖରୁ ଶହ ଶହ ଭକ୍ତଙ୍କ ହାତରୁ ଦଉଡ଼ି ଟାଣି ଆଣି ପୁଣି ଯୋଚିବାକୁ ନାକେଦମ୍। ବିଶେଷ ସୁତ୍ରରୁ ଜଣା ପଡିଲା ପାଖାପାଖି ୪୫ ମିନିଟ୍ ଡେରି ହୋଇଥିଲା।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।