ଖଲ୍ଲିକୋଟ, (ଆମ ଓଡିଶା ଖବର): ଚୋରା ଗଞ୍ଜେଇ ବେପାରରେ ମଥୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ତାଙ୍କ ଦିଅରଙ୍କ ସହ ଖଲ୍ଲିକୋଟ ବିଧାୟକ ଙ୍କ ଫଟୋ କୁ ସଂଯୋଗ କରି ସୋସିଆଲ ମିଡ଼ିଆରେ ଅପପ୍ରଚାର କୁ ନେଇ ବୁଧବାର ରାତି ୯ ଟା ସମୟରେ ଖଲ୍ଲିକୋଟ ସ୍ଥିତ ବିଧାୟକଙ୍କ ବାସ ଭବନରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମିଥ୍ୟା ଖବର ପରିବେଷଣ ଯୋଗୁଁ ସାଧାରଣରେ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଥିବାରୁ ବଜ୍ରକିଳା ସମ୍ପାଦକ ଙ୍କ ବିରୋଧ ରେ କୋଟିଏ ଟଙ୍କା ର ମାନହାନି ମୋକଦ୍ଦମା କରିବେ ବୋଲି ବିଧାୟକ ଶ୍ରୀ ସେଠୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ଯୁବ ବିଜେପି ନେତା ଅରୁଣ କୁମାର ଖୁଣ୍ଟିଆ ଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଥିଲେ |
ରିପୋର୍ଟ :ଦେବାଶିଷ ମହାରଣା


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ