ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଜଂକିଆ,୨୧/୨(ଆମ ଓଡ଼ିଶା ଖବର): ଖୋର୍ଦ୍ଧା ଜିଲ୍ଲା ଜଂକିଆ ପୋଲିସ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରୁ ନୂଆ ଜଗନ୍ନାଥ ସଡ଼କ ର ହଜ ନିକଟରେ ଯାଉଥିବା ବିଭିନ୍ନ ଯାନବାହାନ କୁ ଅଟକାଇ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ସମୟରେ ପୋଲିସ ଗାଡ଼ିର କାଗଜପତ୍ର ଓ ଗାଡ଼ିରେ କଣ ସାମଗ୍ରୀ ଯାଉଛି ତାହାକୁ ଦେଖିଥିଲେ। ଚୋରି ଜିନିଷ ଓ ଅବକାରୀ ଦ୍ରବ୍ୟ ଚାଲାଣ କୁ ରୋକିବା ପାଇଁ ଜଂକିଆ ପୋଲିସ ଏହି ପରି ଚଢ଼ାଉ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଚାଲିଥିଲା। ଏହି ବ୍ଲକିଂ ଓ ଚେକିଙ୍ଗ କାର୍ଯ୍ୟରେ ଏସ ଆଇ ଭାଗ୍ୟଶ୍ରୀ ବେହେରା ଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।