ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଜଂକିଆ,୨୧/୨(ଆମ ଓଡ଼ିଶା ଖବର): ଖୋର୍ଦ୍ଧା ଜିଲ୍ଲା ଜଂକିଆ ପୋଲିସ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରୁ ନୂଆ ଜଗନ୍ନାଥ ସଡ଼କ ର ହଜ ନିକଟରେ ଯାଉଥିବା ବିଭିନ୍ନ ଯାନବାହାନ କୁ ଅଟକାଇ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ସମୟରେ ପୋଲିସ ଗାଡ଼ିର କାଗଜପତ୍ର ଓ ଗାଡ଼ିରେ କଣ ସାମଗ୍ରୀ ଯାଉଛି ତାହାକୁ ଦେଖିଥିଲେ। ଚୋରି ଜିନିଷ ଓ ଅବକାରୀ ଦ୍ରବ୍ୟ ଚାଲାଣ କୁ ରୋକିବା ପାଇଁ ଜଂକିଆ ପୋଲିସ ଏହି ପରି ଚଢ଼ାଉ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଚାଲିଥିଲା। ଏହି ବ୍ଲକିଂ ଓ ଚେକିଙ୍ଗ କାର୍ଯ୍ୟରେ ଏସ ଆଇ ଭାଗ୍ୟଶ୍ରୀ ବେହେରା ଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।
More Stories
୧.୯୮ କୋଟି ବ୍ୟୟର ନୂତନ ରାସ୍ତାର ଉଦଘାଟନ କଲେ ସାଂସଦ ।
ସାମ୍ବାଦିକ ସମ୍ମିଳନୀର ଆୟୋଜକ ଥିଲେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କର୍ମୀ।
ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଯୋଗ କର୍ମଶାଳା ଆୟୋଜିତ ।