ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରରେ ଥିବା ପାଲ ଜୁଏଲେରି ର ଦୁଇଟି ଦୋକାନରେ GST ଟିମ ଚଢ଼ାଉ କରିଛି, ବାଣପୁର ବଜାର ସ୍ଥିତ ପାଲ ଜୁଏଲେରି ସୁନା ଦୋକାନରେ ଏକ12 ଜଣିଆ GST ଟିମ ଚଢ଼ାଉ କରିଥିଲେ. ଦୋକାନୀ ମାଲିକ ରବି ନାରଣ ପାଲ (ରବିପାଲ ) ଦୀର୍ଘ ଦିନ ଧରି ସୁନା ରୁପା ବେପାର କରିଆସୁଥିବା ବେଳେ ବ୍ୟାପକ GST ଫାଙ୍କୁଥିବା ଅଭିଯୋଗ ହୋଇଥିବା ବେଳେ ରବିପାଲ ବହୁ କମ ଦିନ ମଧ୍ୟରେ ବିପୁଳ ସମ୍ପତି କରିବା ସଂଗେ ସଂଗେ ଅନେକ କୋଠାବାଡି ଓ ମାର୍କେଟ କମ୍ପ୍ଲେସ କରି ରବିପାଲ ଚର୍ଚ୍ଚାରେ ଆସିଥିଲେ ।
ଉକ୍ତ ଚଢ଼ାଉ ରେ ଭୁବନେଶ୍ୱର CT GST ର ଏକ 12 ଜାଣିଆ ଟିମ ପାଲ ଜୁଏଲେରି ବାଣପୁର ବଜାର ରେ ଥିବା 916 ଜୁଏଲାରି ସପ ରେ ଚଢ଼ାଉ କରି ଅନେକ କାଗଜ ପତ୍ର ଜବତ କରିଛନ୍ତି I ସମ୍ପ୍ରତି ବାଣପୁର ବାଲୁଗାଁ ରେ ପ୍ରାୟ 70 ରୁ ଉର୍ଧ୍ଵ ଛୋଟ ବଡ଼ ସୁନା ଦୋକାନ ଥିବା ବେଳେ ମାସକୁ ପ୍ରାୟ 5 କୋଟି ଟଙ୍କାର ସ୍ଵର୍ଣ ଓ ରୁପା ଅଳଙ୍କାର ବିକ୍ରି ହେଉଥିବା ଜଣା ଯାଏ. ତେବେ ଦୋକାନୀ ମାନେ GST ବାହାନାରେ ଲକ୍ଷ୍ୟ ଲକ୍ଷ ଟଙ୍କା ଗ୍ରାହକ ଙ୍କ ଠାରୁ ଆଦାୟ କରୁଥିବା ବେଳେ ସରକାରଙ୍କୁ GST ନଦେଇ ବେସ ଲାଭବାନ ହେଉଛନ୍ତି. ଆଜି ପୂର୍ବାହ୍ନ 10 ଘଣ୍ଟାରେ ସମୟରେ ବାଣପୁର ବଜାରରେ GST ଟିମ ଚଢ଼ାଉ ଜାରିରହିଥିବା ଖବର ପ୍ରଚାରିତ ହେବାପରେ ବାଣପୁର ରେ ସମସ୍ତ ସୁନା ଦୋକାନ ତରବରିଆ ଭାବେ ବନ୍ଦ କରି ଛତ୍ରଭଙ୍ଗା ଦେଇଥିବା ଦେଖିବାକୁ ମିଳିଥିଲା l
ପାଲ ଜୁଏଲେରି ମାଲିକଙ୍କ ପ୍ରତିକ୍ରିୟା ନେବାରେ ସେ କହିଥିଲେ ଏହା ଏକ ନିତିଦିନିଆ ଅଡିଟ ଥିଲା I ଏଠି ପ୍ରଶ୍ନ ଉଠେ ଯେ ସାଧାରଣ ଗ୍ରାହକ ଟି ଏ କୌଣସି ସୁନା ଦୋକାନରୁ ଅଳଙ୍କାର କିଣିଲା ପରେ ଦୋକାନୀ କୌଣସି GST ବିଲ ନଦେଇ ଗ୍ରାହକଙ୍କଠୁ GST ବାବଦରେ ଟଙ୍କା ଆଦାୟ କରି ସରକାରଙ୍କୁ GST ଫାଙ୍କି ମାଲାମାଲ ହେଉଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଙ୍କ ଉପରେ GST ବିଭାଗ ର କାର୍ଯ୍ୟାନୁଷ୍ଠାନ କେବଳ ଲୋକଦେଖାଣିଆ ଭାବେ ଦିନ ଉକ୍ତ ଦୋକାନ କୁ ସୀଲ କରି ତାପରଦିନ ସିଲ ଖୋଲିଦେଉଛନ୍ତି ତାହା ସାଧାରଣ ରେ ସନ୍ଦେହ ସୃଷ୍ଟି କରୁଛି l
More Stories
ଜାନକୀ ପାଢ଼ୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଠମଲ୍ଲିକ ବିଜୟୀ l
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l