ଜଗତସିଂହପୁର (ଆମ ଓଡିଶା ଖବର ) କେନ୍ଦ୍ରାପଡ଼ା ସଦର ଥାନା ହଜାରୀ ଛକରେ ଜଣେ ଯୁବକଙ୍କ ତଣ୍ଟିକଟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଙ୍କୁ ଗିରଫ କରିଛି ପୁଲିସ। ଲକ୍ଷ୍ମୀପ୍ରିୟାଙ୍କୁ ପୁଲିସ ତାଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଅଢ଼ାପଟି ଗାଁରୁ ଗିରଫ କରିଛି। ଏନେଇ ଆଜି କେନ୍ଦ୍ରାପଡା ଏସ୍ପି ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଲକ୍ଷ୍ମୀପ୍ରିୟା ପୀଡ଼ିତ ସତ୍ୟଜିତ ଷଡ଼ଙ୍ଗୀଙ୍କ ସମ୍ପର୍କୀୟ ଶାଳୀ। ସତ୍ୟଜିତଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଯାଇଛି। ପତ୍ନୀଙ୍କ ମୃତ୍ୟୁ ପରେ ସତ୍ୟଜିତ ଲକ୍ଷ୍ମୀପ୍ରିୟାଙ୍କ ନିକଟତର ହେବାପାଇଁ ଚେଷ୍ଟା କରିଥିଲେ।
ଲକ୍ଷ୍ମୀପ୍ରିୟା କାଳିଆପାଣିର ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରନ୍ତି। ସେଠାରେ ଲକ୍ଷ୍ମୀପ୍ରିୟାଙ୍କର ଜଣେ ପୁରୁଷ ସହକର୍ମୀଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ସତ୍ୟଜିତ ତାଙ୍କୁ ବାରମ୍ବାର ଗାଳି କରୁଥିଲେ। ଏଥିରେ ବିରକ୍ତ ହୋଇ ଲକ୍ଷ୍ମୀପ୍ରିୟା ଜୁଲାଇ ୨୨ ତାରିଖରେ ସତ୍ୟଜିତଙ୍କୁ ବୁଲିଯିବା ପାଇଁ ଡାକି ଏକ ସ୍କୁଟି ଯୋଗେ କେନ୍ଦ୍ରାପଡ଼ା ନେଇ ଆସିଥିଲେ। ୫୩ ନମ୍ବର ଜାତୀୟ ରାଜପଥର ହଜାରୀ ଛକଠାରେ ଲକ୍ଷ୍ମୀପ୍ରିୟା ସ୍କୁଟି ଅଟକାଇ ସତ୍ୟଜିତଙ୍କୁ ରାସ୍ତା କଡ଼କୁ ଡାକି ନେଇ ଏକ ଧାରୁଆ ଛୁରୀରେ ତାଙ୍କ ତଣ୍ଟି କାଟି ଦେଇ ଫେରାର ହୋଇଯାଇଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଦେବାଳୟ ଠାରୁ ସାର୍ବଜନୀନ ପୁଷ୍କରିଣୀ ପର୍ଯ୍ୟନ୍ତ ସ୍ୱଛତା କାର୍ଯ୍ୟକ୍ରମ
ରାଜ୍ୟରେ ଉପରମୁହାଁ ପାରଦ: ୯ ସହର ୪୦ଂ ଉପରେ l
କରିତକର୍ମା ବାବୁ କୁବେର ଡେପୁଟି ମ୍ୟାନେଜରଙ୍କ ୨୯ଟି ମାତ୍ର ପ୍ଲଟ୍। ସମୁଦାୟ ସମ୍ପତ୍ତି ତାଲିକା ଆୟଠାରୁ ମାତ୍ର ୪୦୦ ପ୍ରତିଶତ ଅଧକ।