ଜଟଣୀ ଦିବ୍ୟ ଜୀବନ ସଂଘ ପାଳିଲେ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଗୁରୁ ପୁଜନ।

ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଜଟଣୀ ୨୪ ଜୁଲାଇ ଗୁରୁବାର ଦିନ ଦିବ୍ୟ ଜୀବନ ସଂଘ, ଜଟଣୀ ଶାଖା ଆନୁକୁଲ୍ୟରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିବା ୯.୩୦ମିନିଟ୍ ସମୟରେ ଗୁରୁ ପାଦପୂଜା ଓ ସତସଙ୍ଗ ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ୭ଘଟିକା ସମୟରେ ହରିକଥା ଆଲୋଚନା ହୋଇଥିଲା। ରାମଚରିତ ମାନସ ଓ ଭାଗବତର ବିଶିଷ୍ଟ ପ୍ରବକ୍ତା ଶ୍ରୀ ସଦାନନ୍ଦ ଦାସ ମହାରାଜ ତାଙ୍କ ବକ୍ତବ୍ୟ ରଖିଥିଲେ। ଜୀବ ସଂସାର ମୋହ ମାୟାରେ ବୁଡ଼ିରହି ବହୁ ଦୁଃଖ ଯାତନା ସହୁଛି। ଈଶ୍ୱରଙ୍କୁ ଭୁଲିଯାଉଛି। କଣ କଲେ ଭଗବତ କୃପା ଲାଭ କରି ପାରିବ ତାର ମାର୍ଗଦର୍ଶନ କରିଥିଲେ। ଶ୍ରୀ କାହ୍ନୁ ଚରଣ ସାହୁ, ମନୋଜ କୁମାର ରାଉତରାୟ, ଗୀତାଞ୍ଜଳି ସାହୁ, ମିନତୀ ମହାପାତ୍ର, ବିଜୟ ପଟ୍ଟନାୟକ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଂଘର ବହୁ ସଦସ୍ୟ ସଦସ୍ୟା ଏବଂ ହରିକଥା ପିପାସୁ ବହୁ ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରି ଥିଲେ। ପରିଶେଷରେ ଶ୍ରୀ ପଦ୍ମନାଭ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!