ରାୟଗଡା ଜିଲ୍ଲା:-(ଆମ ଓଡିଶା ଖବର)
ଅଧା ଗଢା ରୂପେ ନିଜକୁ ଗଢ଼ିଲୁ
କାହିଁକି ମତେ ତୁ ସମ୍ପୂର୍ଣ୍ଣ କରିଲୁ ?
ହାତ ନଥାଇ ମୋ ହାତ କୁ ଧରିଲୁ
ପାଦ ନଥାଇ ମୋ ସାହା ତୁ ସାଜିଲୁ ।
ରଙ୍ଗ କଳା କୁ ତୁ କୋଳେଇ ରଖୁଲୁ
ଜୀବନ କୁ ମୋର ରଙ୍ଗ ରେ ଭରିଲୁ।
ମୋହ ମାୟା ରୁ ତୁ ବଞ୍ଚେଇ ରଖୁଲୁ
ତୋ ମୋହ ରେ ମତେ ବାନ୍ଧି ପକେଇଲୁ।
ଦୁଃଖ ରେ ଯେବେ ମୁଁ ପଡ଼ିଛି ଦେଖୁଲୁ
ସୁଖ ସାଜି ମୋର ହସରେ ଫୁଟିଲୁ ।
ଭାଙ୍ଗି ଯେବେ ପଡେ ଅଶ୍ରୁ ବୁହାଇଲୁ
ଧର୍ଯ୍ୟ ସାଜି ମୋର ସାହାସ ହୋଇଲୁ।
ଅବାଟ ରେ ଯେବେ ଯିବା ମୋ ଦେଖୁଲୁ
ଦଣ୍ଡ ଦେଇ ବାଟ ବତେଇ ଭି ଦେଲୁ ।
କଣ ଯେ ଦେଇଛି ଏତେ ତୁ ଦେଖୁଲୁ
ଦୟା ବରଷା ରେ ଓଦା କରିଦେଲୁ।
ରୁଣି କରି ମତେ ଚିନ୍ତା ରେ ରଖୂଲୁ
ଅଝଟ ଛୁଆ ଯେ ପାଖ ନ ଛାଡ଼ିଲୁ ।
ହୃଦୟ ରେ ତୋର ଜାଗା ଯେ ତୁ ଦେଲୁ
ମୋ ମନ ମନ୍ଦିର କୁ ଶ୍ରୀକ୍ଷେତ୍ର କରିଲୁ ।
ଅନ୍ତିମ ଇଚ୍ଛା ମୋ ଗୁହାରି ଶୁଣିବୁ
ଶେଷ ଥର ମତେ ରୁଣି ତୁ କରିବୁ ।
ଡାକିବି ଯେବେ ମୋ ପାଖକୁ ଆସିବୁ
ଜୀବନ କୁ ମୋର ସଙ୍ଗେ ନେଇ ଯିବୁ ।
ସ୍ମୃତି ପ୍ରିୟଦର୍ଶିନୀ
ରାୟଗଡ଼ା


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।