ରାୟଗଡା ଜିଲ୍ଲା:-(ଆମ ଓଡିଶା ଖବର)
ଅଧା ଗଢା ରୂପେ ନିଜକୁ ଗଢ଼ିଲୁ
କାହିଁକି ମତେ ତୁ ସମ୍ପୂର୍ଣ୍ଣ କରିଲୁ ?
ହାତ ନଥାଇ ମୋ ହାତ କୁ ଧରିଲୁ
ପାଦ ନଥାଇ ମୋ ସାହା ତୁ ସାଜିଲୁ ।
ରଙ୍ଗ କଳା କୁ ତୁ କୋଳେଇ ରଖୁଲୁ
ଜୀବନ କୁ ମୋର ରଙ୍ଗ ରେ ଭରିଲୁ।
ମୋହ ମାୟା ରୁ ତୁ ବଞ୍ଚେଇ ରଖୁଲୁ
ତୋ ମୋହ ରେ ମତେ ବାନ୍ଧି ପକେଇଲୁ।
ଦୁଃଖ ରେ ଯେବେ ମୁଁ ପଡ଼ିଛି ଦେଖୁଲୁ
ସୁଖ ସାଜି ମୋର ହସରେ ଫୁଟିଲୁ ।
ଭାଙ୍ଗି ଯେବେ ପଡେ ଅଶ୍ରୁ ବୁହାଇଲୁ
ଧର୍ଯ୍ୟ ସାଜି ମୋର ସାହାସ ହୋଇଲୁ।
ଅବାଟ ରେ ଯେବେ ଯିବା ମୋ ଦେଖୁଲୁ
ଦଣ୍ଡ ଦେଇ ବାଟ ବତେଇ ଭି ଦେଲୁ ।
କଣ ଯେ ଦେଇଛି ଏତେ ତୁ ଦେଖୁଲୁ
ଦୟା ବରଷା ରେ ଓଦା କରିଦେଲୁ।
ରୁଣି କରି ମତେ ଚିନ୍ତା ରେ ରଖୂଲୁ
ଅଝଟ ଛୁଆ ଯେ ପାଖ ନ ଛାଡ଼ିଲୁ ।
ହୃଦୟ ରେ ତୋର ଜାଗା ଯେ ତୁ ଦେଲୁ
ମୋ ମନ ମନ୍ଦିର କୁ ଶ୍ରୀକ୍ଷେତ୍ର କରିଲୁ ।
ଅନ୍ତିମ ଇଚ୍ଛା ମୋ ଗୁହାରି ଶୁଣିବୁ
ଶେଷ ଥର ମତେ ରୁଣି ତୁ କରିବୁ ।
ଡାକିବି ଯେବେ ମୋ ପାଖକୁ ଆସିବୁ
ଜୀବନ କୁ ମୋର ସଙ୍ଗେ ନେଇ ଯିବୁ ।
ସ୍ମୃତି ପ୍ରିୟଦର୍ଶିନୀ
ରାୟଗଡ଼ା
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।