ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ହତାଶ , ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବି ପତ୍ର ।

ରିପୋର୍ଟର :ବଳମନ୍ତ   ନାୟକ

କଳାହାଣ୍ଡି (ଆମରି ଓଡିଶା ଖବର )
ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ହତାଶ ହୋଇ ପଡ଼ିଛି ଚାଷୀ । ନିଅଣ୍ଟିଆ ବର୍ଷ ଯୋଗୁଁ ରୁଆ ବେଉଷା  ଯାଇ ନ ଥିବା ବେଳେ ଜମି ଫାଟି ଆଁ କଲାଣି । ବିଶେଷ କରି ଦଣ୍ଡପାଟ  ଅଞ୍ଚଳର ବେହେରା,ଗଡିଆଯୋର୍, ଛଞ୍ଚାଣ ବାହାଲି,କଦଳିମୁଣ୍ଡା,ପର୍ଲା,ତେଣ୍ଡାପଳି,ଘୁମର,ଧଅରପୁର  ପଂଚାୟତ ରେ ସଙ୍ଗୀନ ସ୍ଥିତି ଦେଖାଦେଇଛି। ଯାହା ଫଳରେ ଚାଷୀ କୂଳ ମୁଣ୍ଡରେ ହାତ ଦେଇ ବସିଛି । ଏ ପରିପ୍ରେକ୍ଷୀରେ ଦାଣ୍ଡପାଟ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଦାବି କରିଛି ଦାଣ୍ଡପାଟ କୃଷକ ସଂଗଠନ । ଗୁରୁବାର ଦିନ ଧର୍ମଗଡ଼ ଠାରେ ସଂଗଠନ ଆବାହକ ରତନ ନାଏକ ଙ୍କ ନେତୃତ୍ୱରେ ସହ ଶହ ଚାଷୀ ଏକ ବିଶାଳ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ଉପଜିଲ୍ଲାପାଳ ଙ୍କୁ ଏକ ୫ଦଫା ଦାବି ପତ୍ର ପ୍ରଦାନ କରାଯାଇଛି ।

ଦଣ୍ଡପାଟ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା,ଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ର ଛାତ୍ରୀ ମାନଙ୍କ ନିଆଯାଉଥିବା ଫିଜ୍ ଛାଡ଼ କରିବା,ମେଗାଲିଫ୍ଟ ଜରିଆରେ ଦଣ୍ଡପାଟ ଅଞ୍ଚଳର ବିଭିନ୍ନ ଗ୍ରାମରେ ଛାଡ଼ି ହୋଇଥିବା ଚାଷ ଜମିକୁ ପାଣି ଯୋଗାଇବା, ଦଣ୍ଡପାଟ ଅଞ୍ଚଳ କ୍ଷତିଗ୍ରସ୍ତ ଆକଳନ ସହ ଚାଷୀଙ୍କ ଋଣ ଛାଡ କରିବା ଏବଂ ଫସଲ ବୀମା ଅବଧିକୁ ବୃଦ୍ଧି କରିବା ନେଇ  ପତ୍ରରେ ଉଲ୍ଲେଖ ରହିଛି ।ଏହି କାର୍ଯ୍ୟକ୍ରମରେ ଦଣ୍ଡପାଟ ଅଞ୍ଚଳ କୃଷକ ସଙ୍ଗଠନର ବିଶିଷ୍ଟ ସଦସ୍ୟ ରତନ ନାଏକ,ସୁଧୀର ବାଗ,ସୁଧୀର ଗୋପାଳ,ସେତୁରାମ ଭକ୍ତ,ଗଡ଼ିଆଜୋର ସରପଞ୍ଚ ଉଦିତ ନାଏକ,ଝସକେତନପାରି,ଇଶରାମ ମାଝୀ, ଜଳଧର ସାହୁ,ନିରାକାର ଗୋପାଳ, ଉପେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ରହି ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।ତେବେ ସରକାର ଦାବିପତ୍ର ଉପରେ ଗୁରୁତ୍ୱ ଦେଇ ବିଚାର ନ କଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି।

error: Content is protected !!