ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରିସରରେ ଥିବା ସିଆରପିଏଫ୍ ୧୨୭ ବାଟାଲିୟନର ଜଣେ ଜବାନ୍ ଲିଟିନ୍ ଘରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସେପଟେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗତକାଲି ଅପରାହ୍ନ ସମୟରେ କ୍ୟାମ୍ପ୍ ପରିସରରେ ଥିବା ଏକ ଲାଟିନ୍ ଘରୁ ଜଣେ କାର୍ଯ୍ୟରତ ଜବାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ୍ । ବାଲିଗୁଡ଼ା ଥାନା ପୋଲିସ୍ ଶବ ଜବତ କରିବା ସହ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ନିମନ୍ତେ ପଠାଇଛି । ମୃତ ଜବାନ ଜଣକ ହେଡ୍ କନଷ୍ଟେବଳ ରମେଶ CL ହୋଇଥିବା ବେଳେ ସେ କେରଳ ରାଜ୍ୟର କାଟାକାଡା ଥାନା ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ସୋଇନଥିବା ବେଳେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍ ।


More Stories
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।
ଲାଞ୍ଚ ନେଇ ହଳଦିଆ ସ୍ୱାସ୍ଥ୍ୟ କର୍ମୀ ୧୦୦୦ ଟଙ୍କା ନେଇ ଭିଜିଲାନ୍ସ ଦ୍ୱାରା ବନ୍ଧା ହେଲେ।
ଯୁକ୍ତ ଦୁଇ ପରୀକ୍ଷାରେ ସଫଳତା ପାଇଲେ ହିମାଂଶୁ