ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରିସରରେ ଥିବା ସିଆରପିଏଫ୍ ୧୨୭ ବାଟାଲିୟନର ଜଣେ ଜବାନ୍ ଲିଟିନ୍ ଘରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସେପଟେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗତକାଲି ଅପରାହ୍ନ ସମୟରେ କ୍ୟାମ୍ପ୍ ପରିସରରେ ଥିବା ଏକ ଲାଟିନ୍ ଘରୁ ଜଣେ କାର୍ଯ୍ୟରତ ଜବାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ୍ । ବାଲିଗୁଡ଼ା ଥାନା ପୋଲିସ୍ ଶବ ଜବତ କରିବା ସହ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ନିମନ୍ତେ ପଠାଇଛି । ମୃତ ଜବାନ ଜଣକ ହେଡ୍ କନଷ୍ଟେବଳ ରମେଶ CL ହୋଇଥିବା ବେଳେ ସେ କେରଳ ରାଜ୍ୟର କାଟାକାଡା ଥାନା ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ସୋଇନଥିବା ବେଳେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍ ।


More Stories
ସିଗମା କ୍ରିକେଟ କପ: ଟେନଥ୍ ରାଇଜିଂ ଷ୍ଟାର ଚମ୍ପିୟାନ।
ସାମ୍ବାଦିକ ସଂଘ ରାଜସୁନାଖଳାର ନୂତନ କର୍ମକର୍ତ୍ତା ଚୟନସଭାପତି ଜିତେନ୍ଦ୍ର ସମ୍ପାଦକ ସୁଶାନ୍ତ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ରାହାମା ରେଞ୍ଜର।